ସୁନା ଦୋକାନୀକୁ ଆକ୍ରମଣ କରି ଅଳଙ୍କାର ଲୁଟ

Odisha Hot News
1 Min Read

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବାଲିଗୁଡ଼ା ନେହେରୁ ଛକରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ନେହେରୁ ଛକରେ ଅବସ୍ଥିତ ମାଁ ପାଟଖଣ୍ଡା ଜୁଏଲାରୀ ଦୋକାନର ମାଲିକ ସୁବାସ ଚନ୍ଦ୍ର ଆଚାରୀଙ୍କୁ ଆକ୍ରମଣ କରି ଦୁର୍ବୃତ୍ତମାନେ ସୁନା ଅଳଙ୍କାର ଲୁଟିନେଇଛନ୍ତି।

ଆଜି ଦୋକାନ ଖୋଲିବା ସମୟରେ ଅଚାନକ କିଛି ଯୁବକ ମୋଟରସାଇକେଲରେ ଆସି ଦୋକାନୀ ସୁବାସଙ୍କ ହାତକୁ ହାଣି ଦେଇଥିଲେ ଓ ପରେ ଗୁଳିମାଡ଼ କରି ଦୋକାନରୁ କିଛି ସୁନା ଅଳଙ୍କାର ଲୁଟ କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ। ପାଖରେ ଥିବା ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ସୁବାସଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଗୁରୁତର ଆହତ ସୁବାସଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଜଣାପଡିଛି।

Share This Article