ଦୁଇଜଣ ସ୍ପେସାଲ କ୍ଲାସ କଣ୍ଟ୍ରାକ୍ଟରକୁ ବାନ୍ଧିଲା ଭିଜିଲାନସ, ନିମ୍ନମାନର କାମ ଅଭିଯୋଗ

Odisha Hot News
1 Min Read

ଭୁବନେଶ୍ବର: ଆଜି ଭିଜିଲାନସ ଦୁଇଜଣ ସ୍ପେସାଲ କ୍ଲାସ କଣ୍ଟ୍ରାକ୍ଟରକୁ ଗିରଫ କରିଛି। ସେମାନେ ହେଲେ ବିଜୟ କୁମାର ଅଗ୍ରୱାଲ ଏବଂ ତାଙ୍କ ସହଯୋଗୀ ଦୀପକ କୁମାର ଅଗ୍ରୱାଲ। ଏମାନେ ନିମ୍ନମାନ କାମ କରିଥିବାରୁ ଅଭିଯୋଗ ଆସିବା ପରେ ଭିଜିଲାନସ ଗିରଫ କରିଛି। ଏମାନେ ସରକାରଙ୍କ ପାଣ୍ଠିକୁ ଅପବ୍ୟବହାର କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି।

ଘଟଣାରୁ ଜଣାପଡିଛି ଯେ, ଏହି କଣ୍ଟ୍ରାକ୍ଟର ସୋନପୁରରେ 4ଟି 100 ସିଟ୍ ବିଶିଷ୍ଠ ଆଦିବାସୀ ହଷ୍ଟେଲ ନିର୍ମାଣ କରିବା ପାଇଁ କାମ ନେଇଥିଲେ। ହେଲେ କେତେକ ବିଶେଷ ସୁତ୍ରରୁ ଖବର ଅନୁସାରେ ସେଠାରେ କାମ ବହୁ ନିମ୍ନମାନର ହୋଇଥିବାର ଅଭିଯୋଗ ଆସିଥିଲା। ସେହି ଅଭିଯୋଗ ଆଧାରରେ ଭିଜିଲାନସ ତଦନ୍ତ କରି ନିମ୍ନମାନ କାମ ହୋଇଥିବା ଦେଖିବାକୁ ପାଇଥିଲେ।

ଭିଜିଲାନସ ତଦନ୍ତ କରିବା ପରେ ଉଭୟ ତାଙ୍କ ବଲାଙ୍ଗୀର ବାସଭବନରୁ ଫେରାର ହୋଇଯାଇଥିଲେ। ଆଜି ସେମାନଙ୍କୁ ରାଉରକେଲାରୁ ଗିରଫ କରାଯାଇଛି।

Share This Article