ଜୟନ୍ତ ମହାପାତ୍ରଙ୍କ ଶେଷକୃତ୍ୟ ପୂର୍ଣ୍ଣ ରାଜ୍ୟ ସମ୍ମାନର ସହ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

Odisha Hot News
1 Min Read

ଭୁବନେଶ୍ବର: ପ୍ରଖ୍ୟାତ ସାହିତ୍ୟିକ ଜୟନ୍ତ ମହାପାତ୍ରଙ୍କ ଶେଷକୃତ୍ୟ ପୂର୍ଣ୍ଣ ରାଜ୍ୟ ସମ୍ମାନର ସହ କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଆସନ୍ତାକାଲି ତାଙ୍କର ଶେଷକୃତ୍ୟ କରାଯିବ ବୋଲି ତାଙ୍କ ପରିବାର ପକ୍ଷରୁ ନିଷ୍ପତି କରାଯାଇଛି। ସେହି ଅନୁସାରେ କଟକ ଜିଲ୍ଲାପାଳ ସମସ୍ତ ପ୍ରକାରର ସହଯୋଗ କରିବା ପାଇଁ ଏହି ନିର୍ଦ୍ଦେଶରେ କୁହାଯାଇଛି।

ଏଥିସହିତ ମୁଖ୍ୟମନ୍ତ୍ରୀ ଜୟନ୍ତ ମହାପାତ୍ରଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଜଣେ କିମ୍ବଦନ୍ତୀ ଲେଖକ ତଥା କବି ଭାବରେ ବର୍ଣ୍ଣନା କରିଛନ୍ତି। ସେ ଉଭୟ ଇଂରାଜୀ ଏବଂ ଓଡିଆ ସାହିତ୍ୟରେ ଜଣେ ପ୍ରତିଭା ଥିଲେ। ସେ ସଫଳତାର ସହିତ ଓଡିଆ ସାହିତ୍ୟକୁ ବିଶ୍ବବ୍ୟାପି କରିପାରିଥିଲେ।

ସେ ଆହୁରି କହିଛନ୍ତି ଯେ, ତାଙ୍କର ବୁଦ୍ଧି ଏବଂ ଜ୍ଞାନ ଅନେକ ଯୁବକମାନଙ୍କୁ ଇଂରାଜୀ ସାହିତ୍ୟରେ ଲେଖିବା ପାଇଁ ସେ ମାର୍ଗଦର୍ଶକ ସାଜି ଥିଲେ। ଆସନ୍ତାକାଲି ପୂର୍ଣ୍ଣ ରାଜ୍ୟ ସମ୍ମାନ ସହ କବିଙ୍କ ଶେଷକୃତ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ବିଦାୟପ୍ରାପ୍ତ ଆତ୍ମାର ସଦଗତି କାମନା କରିବା ସହିତ ପରିବାର ସଦସ୍ୟଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

Share This Article