ପୋଖରିରେ ବିଷ ପକେଇ ମାଛ ମାରିଥିବା ଅଭିଯୋଗ: ଥାନାରେ ଏତଲା

Odisha Hot News
1 Min Read

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ଷଣ୍ଢମୂଳ ଗ୍ରାମ ର ବାପିନୀ ସ୍ଵାଇଁ ବାରିଆହେତା ଗ୍ରାମ ନିକଟରେ ଥିବା ନିଜ ଜମିରେ ଏକ ପୋଖରୀ ଖନନ କରି ମାଛ ଚାଷ କରିଥିଲେ। ଢେର ଦି ପଇସା ରୋଜଗାର କରିବା ପାଇଁ ମଧ୍ୟ ଲକ୍ଷ୍ୟ ରଖିଥିଲେ। କିନ୍ତୁ କୌଣସି ଦୃବର୍ତ୍ତ ଉକ୍ତ ପୋଖରୀରେ ବିଷ ପକେଇ ମାଛ ମାରିଥିବା ନେଇ ବାପିନୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ବାପିନୀଙ୍କ କହିବା ମୁତାବକ ସେ ଗତ ୨୪ ତାରିଖ ଦିନ କୌଣସି ଏକ କାମରେ ଭୁବନେଶ୍ବର ଯାଇଥିଲେ। କାମ ସାରି ସେ ୨୬ ତାରିଖ ଦିନ ଭୁବନେଶ୍ବରରୁ ଫେରି ପ୍ରତିଦିନ ଭଳି ସେଦିନ ମଧ୍ୟ ପୋଖରୀକୁ ବୁଲିବା ପାଇଁ ଯାଇଥିଲେ। ସେଠାରେ ସେ ଦେଖିଲେ ପୋଖରିରେ ସବୁ ମାଛ ମରି ଭାସୁଛି। ପୋଖରିରେ ପ୍ରାୟ ୫ ଶହ କିଲୋ ମାଛ ଥିବା ନେଇ ସେ କହିଛନ୍ତି। ଏବଂ ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ କୌଣସି ଦୃବର୍ତ୍ତ ପୋଖରିରେ ବିଷ ପକେଇ ମାଛ ମାରିଥିବା ନେଇ ବେଗୁନିଆପଡ଼ା ଥାନାରେ ଅଭିଯୋଗ କରିଛନ୍ତି।

ଏ ନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବାସ୍ତବରେ କୌଣସି ଦୃବର୍ତ୍ତ ବିଷ ପକେଇ ମାଛ ମାରିଛି ନା ଅନ୍ୟ କିଛି କାରଣ ପାଇଁ ମାଛ ମରିଛି ତାହା ଜନସାଧାରଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି।

Share This Article