ବର୍ତ୍ତମାନ ସୁଦ୍ଧା ଦେଢ଼ ଲକ୍ଷ ଓଡ଼ିଆ ବାହାରେ ଅଛନ୍ତି: ଗୃହ ସଚିବ ସଞ୍ଜୀବ ଚୋପ୍ରା

Odisha Hot News
1 Min Read

ଭୁବନେଶ୍ୱର : ଓଡ଼ିଆ ଶ୍ରମିକଙ୍କ ସ୍ଥିତି ନେଇ ଲୋକସେବା ଭବନରେ ମଙ୍ଗଳବାର ଗୃହ ସଚିବ ସଞ୍ଜିବ ଚୋପ୍ରାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଗୃହ ସଚିବ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଦେଢ଼ ଲକ୍ଷ ଓଡ଼ିଆ ରାଜ୍ୟ ବାହାରେ ଅଛନ୍ତି। ସେଥିମଧ୍ୟରୁ ୪୦ ହଜାର ଲୋକଙ୍କ ସହ ଯୋଗାଯୋଗରେ ଅଛୁ। ବର୍ତ୍ତମାନ ସୁଦ୍ଧା କଣ୍ଟ୍ରୋଲ ରୁମ୍‌କୁ ୫ ହଜାର ୨୦୦ କଲ ଆସିଛି।
ସୂଚନାନୁଯାୟୀ, ଗୁଜୁରାଟ, ଦିଲ୍ଲୀ ଏବଂ ଏନ୍‌ସିଆର ଅଞ୍ଚଳରେ ସବୁଠାରୁ ଅଧିକ ଓଡ଼ିଆ ରହିଛନ୍ତି। ସବୁ ଲୋକଙ୍କ ପାଖରେ କିଭଳି ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚିବ ତା’ ଉପରେ ଗୁରୁତ୍ୱ ଦିଆଯାଉଛି। ସେମାନଙ୍କୁ ନୋଡାଲ ସେଣ୍ଟର ଜରିଆରେ ଯୋଗାଯୋଗ ଲାଗି ଚେଷ୍ଟା ଚାଲିଥିବା ଗୃହ ସଚିବ ଚେପ୍ରା କହିଛନ୍ତି।

Share This Article
Leave a Comment