ପାନ ଦୋକାନରୁ ୧୫ ଲକ୍ଷ ମୂଲ୍ୟର ଗଞ୍ଜେଇ ଜବତ, ଜଣେ ଗିରଫ

Odisha Hot News
1 Min Read

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ପାଟପୁର ଥାନା ଅନ୍ତର୍ଗତ ପୋଡାମାରୀ ନିକଟ ବତାଗୁଡା ଗ୍ରାମର ଏକ ଛୋଟ ପାନ ଦୋକାନ ଉପରେ ଅତର୍କିତ ଚଢ଼ାଉ କରି ପାଟପୁର ପୋଲିସ ୭୨.୮୦୦ ଗ୍ରାମ ଗଞ୍ଜେଇ ଜବତ୍ କରିଛି। ଏହା ସହ ପାନ ଦୋକାନୀ ପାଣ୍ଡବ ପ୍ରଧାନଙ୍କୁ ୫୭୩/୨୩ , ଓ ଏନ୍ ଡି ପି ଏସ୍ ଆଇନ ଅନୁଯାୟୀ ଗିରଫ କରି ବ୍ରହ୍ମପୁର ଜିଲ୍ଲା ଅଦାଲତକୁ ଚାଲାଣ କରିଛି।

ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ତହସିଲଦାର ଶ୍ରୀନିବାସ ବେହେରାଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇକୁ ଓଜନ କରାଯାଇଥିଲା। ଯାହାର ପରିମାଣ ୭୨.୮୦୦ ଗ୍ରାମ ବୋଲି ଜଣାପଡିଛି ଓ ଏହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ଥାନା ଅଧିକାରୀଙ୍କ ଠାରୁ ପ୍ରକାଶ।

Share This Article