ଗଙ୍ଗାଧରପୁର ରେଳ ଷ୍ଟେସନ ନିକଟରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତ ଦେହ

Odisha Hot News
1 Min Read

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ଗଙ୍ଗାଧରପୁର ରେଳ ଷ୍ଟେସନ ନିକଟ ଟ୍ରାକ କଡ଼ରେ ଏକ ମୃତ ଦେହ ପଡ଼ି ରହିଥିବା ଦେଖିବାକୁ ମିଳିଛି।

ସୂଚନା ମୁତାବକ ଆଜି ସକାଳେ ସ୍ଥାନୀୟ ଲୋକ ଉକ୍ତ ଷ୍ଟେସନ ଟ୍ରାକ କଡ଼ରେ ଏକ ମୃତ ଦେହ ପଡିଥିବାର ଦେଖିବାକୁ ପାଇ ସ୍ଥାନୀୟ ବାଲୁଗାଁ ଆରପିଏଫ କୁ ସୂଚନା ଦେଇଥିଲେ।  ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ସେ ଏକ ଜିନ୍ସ ପ୍ୟାଣ୍ଟ ଓ ନୀଳ ରଙ୍ଗ ଟି ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି।

ତେବେ ଜିଆରପି ତଦନ୍ତ ପରେ ଘଟଣା ସାମ୍ନାକୁ ଆସିବ। କିଛି ସମୟ ମଧ୍ୟରେ ଜିଆରପି ଉକ୍ତ ସ୍ଥାନରେ ପହଞ୍ଚିବ ବୋଲି ଜଣାପଡିଛି।

Share This Article