ଓଡିଶା ନିଯୁକ୍ତି ପର୍ବ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୧୨ ଜଣଙ୍କୁ ଦେବେ ନିଯୁକ୍ତି

Odisha Hot News
0 Min Read

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟକ ୪୧୨ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିବେ। ରାଜ୍ୟ ଲୋକସେବା ଭବନ ପ୍ରେକ୍ଷାଳୟରେ ଆୟୋଜିତ ଓଡିଶା ନିଯୁକ୍ତି ପର୍ବରେ ଏହି ନିଯୁକ୍ତି ପତ୍ର ପ୍ରଦାନ କରାଯିବ। ଏହି ସମସ୍ତ ନବନିଯୁକ୍ତ ଅଫିସରମାନେ ଓଡିଶା ଶକ୍ତି ବିଭାଗରେ କାର୍ଯ୍ୟ କରିବେ।

ତେବେ ମୋଟ ୪୧୨ ଜଣଙ୍କ ମଧ୍ୟରୁ ୧୬୧ ଜଣ ଇଲେଟ୍ରିକାଲ ଇଂଜିନିୟର, ୫୪ କାର‌୍ୟ୍ୟାଳୟ ସହାୟକ, ୧୯୭ ଇଲେଟ୍ରିକାଲ ଟେକନସିଆନ ଭାବେ ନିଯୁକ୍ତି ପାଇବେ। ପୂର୍ବରୁ ରାଜ୍ୟ ସରକାର ବିଭିନ୍ନ ବିଭାଗର ନୂଆ ଅଧିକାରୀଙ୍କୁ ଏହି ନିଯୁକ୍ତି ପର୍ବ ମାଧ୍ୟମରେ ଚାକିରୀ ଦେଇ ଆସୁଛନ୍ତି।

Share This Article