ବରିଷ୍ଠ ବିଜେପି ନେତା ସଜ୍ଜନ ଶର୍ମାଙ୍କ ମାତା ସାବିତ୍ରୀ ଦେବୀଙ୍କ ବିୟୋଗ, ରାଜ୍ୟ ବିଜେପିର ଶୋକ

Odisha Hot News
1 Min Read

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସଜ୍ଜନ ଶର୍ମାଙ୍କ ମାତା ଶ୍ରୀମତୀ ସାବିତ୍ରୀ ଦେବୀଙ୍କ କଟକ ସ୍ଥିତ ବାସଭବନରେ ଆଜି ପ୍ରାତଃ ବ୍ରହ୍ମ ମୁହୂର୍ତରେ ଦେହାନ୍ତ ଘଟିଛି। ସ୍ୱର୍ଗତଃ ସାବିତ୍ରୀ ଦେବୀ ଜଣେ ଧର୍ମପରାୟଣ ମହିଳା ଥିଲେ। ଶେଷ ସମୟରେ ତାଙ୍କ ପାଖରେ ସପରିବାର ଉପସ୍ଥିତ ଥିଲେ।

ତାଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ରଙ୍କ ସମେତ ଅନେକ ବରିଷ୍ଠ ନେତୃବୃନ୍ଦ ଗଭୀର ଶୋକ ପ୍ରକାଶ କରିଛନ୍ତି।
ସ୍ୱର୍ଗତଃ ସାବିତ୍ରୀ ଦେବୀଙ୍କ ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିବା ସହିତ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ସମବେଦନା ଜଣାଇ ଅସୀମ ଧର୍ଯ୍ୟ ପ୍ରଦାନ କରିବାକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ଏବଂ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ପ୍ରାର୍ଥନା କରିଛନ୍ତି।

Share This Article