ଜୀ ସାର୍ଥକରେ ଦର୍ଶକଙ୍କ ପସନ୍ଦିତ ଧାରାବାହିକ ‘ତୁ ଖରା ମୁଁ ଛାଇ’ ରେ ଆସିଲା ନୂଆ ମୋଡ଼

Odisha Hot News
2 Min Read

ଭୁବନେଶ୍ଵର: ଲୋକପ୍ରିୟ ଓଡିଆ ଚ୍ୟାନେଲ ଜୀ ସାର୍ଥକରେ ସଫଳତାର ସହିତ ଆଗେଇ ଚାଲିଛି ଧାରାବାହିକ ‘ତୁ ଖରା ମୁଁ ଛାଇ’। ସୋମବାରରୁ ଶନିବାର ରାତି ୮:୩୦ ରେ ପ୍ରସାରିତ ଭିନ୍ନ ଧରଣର ଏହି ଧାରାବାହିକ କାହାଣୀର ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି ଏଜେ ଓ ମାନିନୀ। ନଟଖଟି ଅଭିନେତ୍ରୀ ସ୍ମୃତିରେଖାଙ୍କୁ ମୁଖ୍ୟ ଭୂମିକା ମାନିନୀ ଚରିତ୍ରରେ ଦେଖିବାକୁ ମିଳିଥିବା ବେଳେ ମଡେଲିଂରୁ ନିଜର କ୍ୟାରିଅର ଆରମ୍ଭ କରିଥିବା ରଞ୍ଜନ ଏଜେ ଚରିତ୍ରରେ ନିଜର ଅଭିନୟର ର ଯାଦୁରେ ଓଡିଆ ଦର୍ଶକଙ୍କ ମନ ଜିତିପାରିଛନ୍ତି।

ଅକ୍ଷୟ ପରିଜା ପ୍ରଯୋଜିତ ଓ ବିଶ୍ଵରଞ୍ଜନ ମହାନ୍ତିଙ୍କ ନିର୍ଦେଶିତ ‘ତୁ ଖରା ମୁଁ ଛାଇ’ କାହାଣୀରେ ମାନିନୀ ଏକ ନଟଖଟି ଚରିତ୍ର ଟିଏ, ଯିଏ ସବୁ କାମ ବିଗାଡ଼ି ଦିଏ ହେଲେ ଅନ୍ୟମାନଙ୍କୁ ଖୁସିରେ ରଖିବାକୁ ଆଉ ହସେଇବାକୁ ତାକୁ ବହୁତ ପସନ୍ଦ। ତେଣୁ କରି ସେ କୁହେ ‘ବି ହ୍ଯାପି, ନୋ ବିପି’। ଅଭିନୟ ଦୁନିଆରେ ନିଜକୁ ଏକ ସଫଳ ଅଭିନେତ୍ରୀ ଭାବେ ଦେଖିବା ତା ସ୍ବପ୍ନ ,ଆଉ ଏଜେ ଜଣେ ପରଫେସ୍କନିଷ୍ଟ ଯାହାକୁ ସବୁ ଜିନିଷ ପର୍ଫେକ୍ଟ ଦରକାର। ସେ ଜଣେ ସଫଳ ବ୍ୟବସାୟୀ ଓ ନିଜ କାମ ଠିକରେ ସାରିବା ତାଙ୍କ ଲକ୍ଷ୍ୟ।

କାହାଣୀରେ ଆସିଛି ନୂଆ ଏକ ମୋଡ଼, ଶାଶୁ ହିସାବରେ ନିଜକୁ ଏଜେ ଆଗରେ ପର୍ଫେକ୍ଟ କରିବା ପାଇଁ ଯାଇ ୩ ବୋହୁଙ୍କ ବିଛା ଯାଇଥିବା ଜାଲରେ ପଡୁଛି ମାନିନୀ। ଘରର ସବୁ ଦ୍ଵାୟିତ୍ଵ ପାଇଲା ପରେ ମାନିନୀ ନିଜକୁ ଏକ ଭଲ ବୋହୁ, ଶାଶୁମା ଓ ସ୍ତ୍ରୀ ହିସାବରେ ପ୍ରମାଣ କରିପାରିବ ତ ? କଣ ସତରେ କେବେ ଏକାଠି ହେଇପାରିବେ ଏଜେ ଓ ମାନିନୀ ? ଏମିତି ଅନେକ ପ୍ରଶ୍ନ ଓ ଉତ୍କଣ୍ଠା ବଢାଇଛି ଏହି ମେଗା ଧାରାବାହିକ। ସ୍ମୃତିରେଖା ଓ ରଞ୍ଜନଙ୍କ ଛଡ଼ା ସୌମ୍ୟା କାନୁନଗୋ, ଅରୁନ୍ଧତୀ ଦେବିକା, ସନ୍ଧ୍ୟାରଣୀ ବେହେରା, ଏମ ସୁମନ କୁମାର ଓ ପ୍ରିୟଙ୍କା ମହାପାତ୍ର ଏହି କାହାଣୀରେ ଏକ ଦମଦାର ଭୂମିକାରେ ଅଛନ୍ତି।

ପୂର୍ବରୁ ଜୀ ସାର୍ଥକର ପ୍ରତିଟି ମେଗା ଧାରାବାହିକ କୁ ମିଳିଛି ଦର୍ଶକଙ୍କ ଆଦୃତି। ଏଥରବି ‘ତୁ ଖରା ମୁଁ ଛାଇ’ କୁ ଓଡିଆ ଦର୍ଶକ ଭଲ ପାଇବା ଦେଇଛନ୍ତି ଓ ଆଗକୁ ଏହି ଧାରା ଜାରି ରହିବ ବୋଲି ଜୀ ସାର୍ଥକର ଚିଫ ଚ୍ଯାନେଲ ଅଫିସର ପ୍ରତୀକ ସିଲ୍ କହିଛନ୍ତି।

Share This Article