ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

Odisha Hot News
0 Min Read

ଭୁବନେଶ୍ବର: ଓଡିଆ ସଂଗତ ଜଗତର ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ ହୋଇପଡିଛନ୍ତି। ଗତ ପାଞ୍ଚଦିନ ତଳେ ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ନିକଟରେ ତାଙ୍କୁ ଡେଙ୍ଗୁ ହୋଇଥିବାରୁ ସେ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। ହେଲେ କିଛି ଦିନ ପରେ ସେ ଦୁର୍ବଳ ଅନୁଭବ କରିବା ସହିତ ଛାତିରେ ଯନ୍ତ୍ରଣା ମଧ୍ୟ ହୋଇଥିଲା। ଫଳରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ସେ ବର୍ତ୍ତମାନ ସ୍ଥିର ଅଛନ୍ତି ବୋଲି ଜଣାପଡିଛି।

Share This Article