ଭଦ୍ରକ: ଭଦ୍ରକରେ ବେଆଇନ୍ ଗୋ ଚାଲାଣ ସଂଖ୍ୟା କମିବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି। ଏଥିନେଇ ନୂତନ ଭାବେ ଯୋଗ ଦେଇଥିବା ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ଗଣମାଧ୍ୟମକୁ ଦେଇଥିବା ପ୍ରତିଶ୍ରୁତି ଜନିତ ଆହ୍ୱାନ ପ୍ରହସନରେ ପରିଣତ ହୋଇଛି। ଗତ ମାସକ ମଧ୍ୟରେ ଭଦ୍ରକରୁ ବାହାର ରାଜ୍ୟ ପଶ୍ଚିମବଙ୍ଗ ଓ ବିଭିନ୍ନ ସ୍ଥାନକୁ ଏହି ଚୋରା ଗୋଚାଲାଣ ହେଉଥିବା ସଂଖ୍ୟା ହଜାରରୁ ଉଦ୍ଧ୍ୱର୍ ବୋଲି ଆକଳନ କରାଯାଇଛି। ତେବେ ଗତକାଲି ରାତିରେ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ୧୬ନଂ ଜାତୀୟ ରାଜପଥ ଗେଲପୁର ଛକ ନିକଟରେ ଦୁଇଟି ଗୋରୁ ବୋଝେଇ ବେଆଇନ୍ ପିକ୍ଅପ୍ ଭ୍ୟାନକୁ ସ୍ଥାନୀୟ ଲୋକେ ଅଟକ ରଖିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏହି ଖବର ପାଇ ଗୋ ସୁରକ୍ଷା ସମିତିର କର୍ମକର୍ତ୍ତାମାନେ ଘଟଣାସ୍ଥଳରେ ପହଞ୍ଚି ଗୋରୁଗୁଡିକୁ ଉଦ୍ଧାର କରିଥିଲେ। ତେବେ ଗ୍ରାମାଞ୍ଚଳ ଥାନା ପୁଲିସ୍ ପରେ ସେଠାରେ ପହଞ୍ଚି ଦୁଇଟି ପିକ୍ଅପ୍ ଭ୍ୟାନ୍ ଜବତ କରିବା ସହ ସେଥିରେ ଥିବା ୪୦ ରୁ ଉଦ୍ଧ୍ୱର୍ ଗୋରୁଙ୍କୁ ମଇତାପୁରସ୍ଥିତ ଗୋଶାଳାକୁ ସ୍ଥାନାନ୍ତର କରିଛି । ମାତ୍ର ଗୋରୁ ମାଫିଆମାନେ ଅନ୍ଧାରର ସୁଯୋଗ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏନେଇ ପୁଲିସ୍ ତଦନ୍ତ କରୁଥିବାର ଜଣାପଡିଛି।
ବେଆଇନ୍ ଗୋରୁ ବୋଝେଇ ୨ଟି ପିକ୍ଅପ୍ ଭ୍ୟାନ୍ ଜବତ

- Advertisement -
Comment