ଏସିଆ କପ୍ : ସେପ୍ଟେମ୍ବର ୨ରେ ଭାରତ-ପାକିସ୍ତାନ ମହାମୁକାବିଲା

Odisha Hot News
1 Min Read

ମୁମ୍ବାଇ : ବହୁ ବାଦବିବାଦ ପରେ ଶେଷରେ ଏସିଆ କପ୍ କ୍ରିକେଟ ସିଡ୍ୟୁଲ ଚୂଡ଼ାନ୍ତ ହଇଛି । ଏ ସଂପର୍କରେ ଏସୀୟ କ୍ରିକେଟ ପରିଷଦ ଆନୁଷ୍ଠାନିକ ଘୋଷଣା କରିିଛି । ଏଥର ହାଇବ୍ରିଡ୍ ମଡେଲ ଆଧାରରେ ଏସିଆ କପ୍ ଆୟୋଜନ ହେବ। ଅନ୍ୟପକ୍ଷରେ ଆୟୋଜକ ଦେଶ ପାକିସ୍ତାନରେ ୪ଟି ମ୍ୟାଚ୍ ଖେଳାଯିବ। ସେହିପରି ଶ୍ରୀଲଙ୍କାରେ ୯ଟି ମ୍ୟାଚ୍ ଖେଳାଯିବ। ଆଗକୁ ବିଶ୍ବକପ୍ ଥିବାରୁ ଏଥର ଏସିଆ କପ୍ ଟି-୨୦ ପରିବର୍ତ୍ତେ ଦିନିକିଆ ଫର୍ମାଟରେ ଆୟୋଜନ କରାଯିବ ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଅଗଷ୍ଟ ୩୦ରେ ପାକିସ୍ତାନ ଓ ନେପାଳ ମଧ୍ୟରେ ଖେଳାଯିବ। ସେହିପରି ଟୁର୍ଣ୍ଣାମେଣ୍ଟର ସବୁଠାରୁ ହାଇପ୍ରୋଫାଇଲ୍ ମ୍ୟାଚ ସେପ୍ଟେମ୍ବର ୨ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଶ୍ରୀଲଙ୍କାର କାଣ୍ଡିଠାରେ ଖେଳାଯିବ । ଯଦି ଭାରତ ଓ ପାକିସ୍ତାନ ଗ୍ରୁପ୍ ପର୍ଯ୍ୟାୟରେ ଯୋଗ୍ୟତା ଅର୍ଜନ କରିବାରେ ସଫଳ ହୁଅନ୍ତି, ତେବେ ସେମାନେ ପୁଣି ଥରେ ସୁପର-୪ରେ ମୁହାଁମୁହିଁ ହେବେ। ଯଦି ଉଭୟ ଦଳ ଏଠାରେ ମଧ୍ୟ ବିଜୟୀ ହୁଅନ୍ତି, ତା’ହେଲେ ସେମାନଙ୍କ ଫାଇନାଲ ମ୍ୟାଚ୍ ରେ ମଧ୍ୟ ଲଢ଼େଇ ହେବ । ଏଣୁ ଏସିଆ କପରେ ଭାରତ ଓ ପାକିସ୍ତାନ ଏକାଧିକ ଥର ମୁହାଁମୁହିଁ ହେବାର ସମ୍ଭାବନା ରହିଛି ।

Share This Article