ପାଟକୁରା ନିର୍ବାଚନମଣ୍ଡଳୀରେ ବନ୍ଧୁମିଳନ

Odisha Hot News
1 Min Read

କେନ୍ଦ୍ରାପଡ଼ା: ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରିମୂଳ ପଞ୍ଚାୟତରେ ଆଜି ଯୁବ ସଂଖ୍ୟାଲଘୁ ସେଲ ବିଜୁ ଜନତା ଦଳ ତରଫରୁ ମୋହରମ ଉପଲକ୍ଷେ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠାନ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ବନ୍ଧୁ ମିଳନ ଉତ୍ସବ ରେ ଯୁବ ସଂଖ୍ୟାଲଘୁ ସେଲର ସଭାପତି ମହମ୍ମଦ ଆମିର ଯୋଗଦେଇ ଆଗାମୀ ଦିନରେ ଦଳୀୟ ସଂଗଠନ କୁ ମଜବୁତ୍ କରିବା ପାଇଁ ସମସ୍ତେ ଏକତ୍ରିତ ଭାବେ କାମ କରିବା ପାଇଁ ଆହ୍ବାନ ଦେଇଥିଲେ l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଘଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନିର୍ଦ୍ଧେଶ କ୍ରମେ ପାଟକୁରା ନିର୍ବାଚନ ମଣ୍ଡଳରେ କିପରି ଆସନ୍ତା ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ ଏହା ପ୍ରତି ଆମ ସମସ୍ତ କର୍ମୀମାନଙ୍କୁ ସକ୍ରିୟ ହେବାକୁ ପଡିବ,ବିଜେଡି ପାଇଁ ନିର୍ବାଚନ ଏକ ଆହ୍ବାନ ନୁହେଁ ବରଂ ଆମ ପାଇଁ ଲୋକଙ୍କ ସମସ୍ୟା ଓ ପାଟକୁରାର ବିକାଶ ହେଲା ମୂଳ ଲକ୍ଷ୍ୟ ବୋଲି ସଭାପତି ମହମ୍ମଦ ଆମିର ପ୍ରକାଶ କରିଛନ୍ତି l
ବରିଷ୍ଠ ବିଜେଡି ନେତା ସେକ ଲିୟାକତ ଅଲିଙ୍କ ନେତୃତ୍ୱରେ, ଜହୁର ଖାନ, ଏନାମୁଲ ହକ, ଜାୟାଶୁଦ୍ଦିନ ଖାନ, ନିରଞ୍ଜନ ବେହେରା, ଲିୟାକତ ଖାନ, ରୋଶନ ଖାନ, ଗୋରା ଖାନ,ମୁରସିଦ ଖାନ,ଅରବିନ୍ଦ ସାମଲ,ଇମତୀୟାଜ଼ ଖାନ, ଗୋରା ଖାନ ଅବିଦ ଖାନ, ଜାଫିରୁଦ୍ଦିନ ଖାନ,ପ୍ରମୁଖ ଯୋଗଦେଇ ଥିଲେ।

Share This Article