ନବମ ଶ୍ରେଣୀର ଛାତ୍ରୀଙ୍କୁ ଗଣ ବଳାତ୍କାର

Odisha Hot News
1 Min Read

ଭୁବନେଶ୍ୱର : ଗୁରୁବାର ରାଜସ୍ଥାନର ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଛି । ତିନି ଜଣ ଯୁବକ ନାବାଳିକାକୁ ଅପହରଣ କରି ବଳାତ୍କାର କରିଛନ୍ତି । ନାବାଳିକା ଜଣଙ୍କ ନବମ ଶ୍ରେଣୀର ଛାତ୍ରୀ ବୋଲି ଜଣାପଡିଛି । ସ୍କୁଲରୁ ଫେରୁଥିବା ସମୟରେ ତାଙ୍କୁ ଗୋଟେ କାରରେ ଅପହରଣ କରାଯାଇଥିଲା ପରେ ତାଙ୍କୁ ନୃଶଂସ ଭାବେ ବଳାତ୍କାର କରାଯାଇଛି । ରାଜସ୍ଥାନର ଡଙ୍ଗରପୁର ଜିଲାରେ ଘଟିଛି ଏହି ଲଜ୍ଜାକର ଘଟଣା ।

ଦୌରା ଷ୍ଟେଶନ ଏସ୍‌ଏଚ୍‌ଓ ହେମନ୍ତ ଚୌହ୍ବାନ କହିଛନ୍ତି, ବୁଧବାର ରାତିରେ ୩ଜଣ ଯୁବକ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ବୁଧବାର ଅଭିଯୁକ୍ତମାନେ ଛାତ୍ରୀଙ୍କୁ ଅପହରଣ କରି ଏକ କାରରେ ଜଙ୍ଗଲ ଅଞ୍ଚଳକୁ ନେଇ ଯାଇଥିଲେ। ସେଠାରେ ସେମାନେ ନାବାଳିକାଙ୍କୁ ଗଣବଳାତ୍କାର କରି ଫେରାର ହୋଇଯାଇଥିବା ଜଣାପଡିଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି। ଅନ୍ୟପକ୍ଷେ ଅଭିଯୁକ୍ତଙ୍କ ମଧ୍ୟରେ ଛାତ୍ରୀଙ୍କ ଜଣେ ପରିଚିତ ବ୍ୟକ୍ତି ବୋଲି ଏସ୍‌ଏଚ୍‌ଓ ହେମନ୍ତ ଚୌହ୍ବାନ କହିଛନ୍ତିକହିଛନ୍ତି।

Share This Article