କରୋନା ମୁକାବିଲା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ଲକ୍ଷ ଦେଲା ଓଟିଡିସି

Odisha Hot News
1 Min Read

ଭୁବନେଶ୍ୱର : କରୋନା(କୋଭିଡ୍‌-୧୯)ର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି(ସିଏମ୍‌ଆର୍‌ଏଫ୍‌)କୁ ଓଟିଡିସି ସହଯୋଗ କରିଛି। ଓଟିଡିସି ସିଏମ୍‌ଆର୍‌ଏଫ୍‌ ପାଣ୍ଠିକୁ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛି। ଏହି ଟଙ୍କା ବୁଧବାର ମନି ଟ୍ରାନ୍ସଫର ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରେରଣ କରାଯାଇଛି।
ଏହି ଅବସରରେ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ସମଗ୍ର ଓ ସାମ୍ପ୍ରତିକ ପରିସ୍ଥିତିରେ ସାମାଜିକ ଦୂରତ୍ୱକୁ ଯଥାସମ୍ଭବ ପାଳନ କରି ନିଜ ଘରେ ନିଜକୁ ଆବଦ୍ଧ ରଖି ନିଜର ଆତ୍ମୀୟସ୍ବଜନ ଓ ପରିବାରବର୍ଗଙ୍କୁ ବିଶ୍ୱ ମହାମାରୀ ‘କରୋନା’ରୁ ସୁରକ୍ଷିତ ରଖିବାକୁ ଅନୁରୋଧ କରିଛନ୍ତି। ଏହାସହିତ ମୁଖ୍ୟମନ୍ତ୍ରୀ କରୋନା ମୁକାବିଲା ନିମନ୍ତେ ଯେଉଁ ଶପଥ ପାଠ ପାଇଁ ଆହ୍ବାନ କରିଛନ୍ତି ତାକୁ ସମସ୍ତେ ଅନୁସରଣ କରିବା ନିମନ୍ତେ ଶ୍ରୀମୟୀ ବିନମ୍ର ଅନୁରୋଧ କରିଛନ୍ତି।

Share This Article
Leave a Comment