ଟ୍ରେନ ଭିତରୁ ଯୁବକଙ୍କର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

Odisha Hot News
1 Min Read

ଜଟଣୀ: ଖୋର୍ଦ୍ଧା ରୋଡ ଷ୍ଟେସନରେ ଜଣେ ଯୁବକଙ୍କର ମୃତ ଦେହ ଜବତ କରିଛି ରେଳବାଇ ପୁଲିସ। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ପାଖାପାଖି ୧୦ଟା ବେଳେ ଖୋର୍ଦ୍ଧା ରୋଡ ଷ୍ଟେସନର ୧ନମ୍ବର ପ୍ଲାଟଫମରେ ବିଶାଖାପାଟଣା-ଅମ୍ରିତସର ହୀରାକୁଦ ଏକ୍ସପ୍ରେସ ଟ୍ରେନ ଭିତରୁ ରେଳବାଇ ପୁଲିସ ଏକ ଯୁବକର ମୃତ ଦେହ ଜବତ କରିଛି। ଟ୍ରେନ ଯାତ୍ରୀଙ୍କୁ ମୃତ ଦେଖି ସେହି ବଗିରେ ଥିବା ଯାତ୍ରୀ ରେଳବାଇ ପୁଲିସକୁ ଖବର ଦେଇଥିଲେ।
ମୃତ ବ୍ୟକ୍ତିର ପ୍ୟାନ୍ କାର୍ଡରୁ ଜଣାଯାଇଛି ଯେ ମୃତ ଯୁବକଙ୍କ ନାମ ଅମିତ କୁମାର ସିଂହ। ତାଙ୍କର ବୟସ ୩୦ ବର୍ଷ। ସେ ତେଲେଙ୍ଗାନାର ଅଧିବାସୀ ବୋଲି ବି ଜଣାଯାଇଛି। ତାଙ୍କର ଏକ ଚେକ୍ ବୁକ୍ ବି ମିଳିଛି। ତାଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ଅମିତ କୁମାର ସିଂହଙ୍କର ପରିଚୟ ମିଳିଥିଲେ ବି, ମୃତ୍ୟୁର କାରଣ କ’ଣ ତାହା ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ରେଳବାଇ ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି।

Share This Article
Leave a Comment