ରାଜ୍ୟର ସମସ୍ତ ସ୍କୁଲ୍‌ ସମ୍ପୂର୍ଣ୍ଣ ବନ୍ଦ; ୧ମରୁ ୧୧ଶ ଯାଏଁ ସମସ୍ତ ପରୀକ୍ଷା ବାତିଲ

Odisha Hot News
1 Min Read

ଭୁବନେଶ୍ୱର : ମହାମାରୀ କରୋନା ନେଇ ସାରା ବିଶ୍ୱରେ ଭୟର ବାତାବାରଣ ସୃଷ୍ଟି ହୋଇଛି। ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୋମବାର କଡ଼ା ପଦକ୍ଷେପ ନିଆଯାଇଛି। ପୂର୍ବରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସ୍କୁଲଗୁଡିକୁ ଛୁଟି ଘୋଷଣା କରାଯାଇଥିବା ବେଳେ ଏବେ ସମସ୍ତ ପରୀକ୍ଷା ଘୁଞ୍ଚାଇବାକୁ ତଥା ଶିକ୍ଷକମାନଙ୍କୁ ସ୍କୁଲ ଆସିବାକୁ ମନା କରାଯାଇଛି।
ବିଭାଗ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ, ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ। ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଶିକ୍ଷକମାନେ ମଧ୍ୟ ସ୍କୁଲ ଆସିବେ ନାହିଁ। ତେବେ ସ୍କୁଲ ନ ଆସିଲେ ମଧ୍ୟ ଶିକ୍ଷକମାନଙ୍କୁ ସର୍ବଦା ଫୋନରେ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି, ଦ୍ୱାଦଶ ଶ୍ରେଣୀ ପାଇଁ ଚାଲୁ ରହିଥିବା ପରୀକ୍ଷା ଜାରି ରହିବ। ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଖାତାଦେଖା ଯଥାରୀତିରେ ଚାଲିବ। ସମସ୍ତ କୋଚିଂ ସେଣ୍ଟର, ଟ୍ୟୁସନ ମଧ୍ୟ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Share This Article
Leave a Comment