ଯାଜପୁରରେ କରୋନା କଟକଣା: ବାରୁଣୀ ମହାସ୍ନାନ ବାତିଲ

Odisha Hot News
0 Min Read

ଯାଜପୁର : ପ୍ରସିଦ୍ଧ ବାରୁଣୀ ମେଳାକୁ ବାତିଲ କରାଯିବା ସହ ଯାଜପୁର ସହରରେ ୧୪୪ ଧାରା ଜାରି କରାଯାଇଛି।  ଯାଜପୁର ଜିଲା ଭାରପ୍ରାପ୍ତ ଜିଲାପାଳ ଇନ୍ଦ୍ରମଣି ନାୟକ ମହାମାରୀ ରୋଗ ଆଇନ ୧୮୯୭ ଧାରା ୨(୧) ବଳରେ ସୋମବାର ଏହି ସୂଚନା ଦେଇଛନ୍ତି।

ପୂଣ୍ୟୋତୟା ବୈତରଣୀ ନଦୀରେ ବାରୁଣୀ ସ୍ନାନରେ ପ୍ରତିବର୍ଷ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥାନ୍ତି। ଚଳିତ ବର୍ଷ କିନ୍ତୁ କରୋନା କଟକଣା ଯୋଗୁ ବାରୁଣୀ ସ୍ନାନ ବୈତରଣୀ କୂଳରେ ଜନସମାଗମ ନ ହେବାକୁ କଟକଣା ଜାରି କରିଛନ୍ତି। ଏହାପରେ ବାରୁଣୀ ସ୍ନାନ ଶ୍ରଦ୍ଧାଳୁଙ୍କ ମଧ୍ୟରେ ନିରାଶାଭାବ ସୃଷ୍ଟି ହୋଇଛି।

Share This Article
Leave a Comment