ଉତ୍ତର ପ୍ରଦେଶ ପୁଲିସ ପରି ଦିଲ୍ଲୀ ପୁଲିସ ମଧ୍ୟ ଦଙ୍ଗାକାରୀଙ୍କ ଠାରୁ ଆଦାୟ କରିବ ସମ୍ପତ୍ତି ନଷ୍ଟ ବାବଦ ଭରଣା ଅର୍ଥ

Odisha Hot News
1 Min Read

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ପୁଲିସ ପରି ଦିଲ୍ଲୀ ପୁଲିସ ମଧ୍ୟ ଦଙ୍ଗାକାରୀଙ୍କ ଠାରୁ ସର୍ବସାଧାରଣ ଓ ବ୍ୟକ୍ତିଗତ ସମ୍ପତ୍ତି ନଷ୍ଟ ବାବଦ ଭରଣା ଅର୍ଥ ଆଦାୟ କରିବ। ଉତ୍ତର ପ୍ରଦେଶରେ ‘ସିଏଏ-ବିରୋଧୀ’ ହିଂସାକାଣ୍ଡରେ ନଷ୍ଟ ହୋଇଥିବା ସମ୍ପତ୍ତି ବାବଦ ଅର୍ଥ ଭରଣା କରିବାକୁ ଅନ୍ୟୂନ ୪୦୦ ଲୋକଙ୍କ ପାଖକୁ ନୋଟିସ ପଠାଯାଇଥିଲା। ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ ନଷ୍ଟ ହୋଇଥିବା ସମ୍ପତ୍ତିର ଆକଳନରେ ପୌର କର୍ତ୍ତୃପକ୍ଷ ଏବଂ ଦିଲ୍ଲୀ ସରକାରଙ୍କୁ ସହାୟତା କରିବାକୁ କ୍ରାଇମ୍‌ ବ୍ରାଞ୍ଚ୍‌ର ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ ଓ ସ୍ଥାନୀୟ ପୁଲିସକୁ ନିର୍ଦେଶନାମା ପଠାଯାଇଥିବା ବିଶେଷସୂତ୍ରରୁ ପ୍ରକାଶ।

ଚାରି ଦିନ ଧରି ଉତ୍ତର-ପୂର୍ବ ଦିଲ୍ଲୀରେ ଚାଲିଥିବା ଦଙ୍ଗାରେ ପୋଡ଼ାଜଳା, ଲୁଟ୍‌ପାଟ୍‌ ଏବଂ ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିଥିବା ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରିବାକୁ ‘ଏସ୍‌ଆଇଟି’କୁ କୁହାଯାଇଛି। ଶୁକ୍ରବାର ଦିନ ଦିଲ୍ଲୀ ପୁଲିସ କହିଛି ଯେ ଏ ପର୍ଯ୍ୟନ୍ତ ସେମାନେ ଅନ୍ୟୂନ ୧୦୦୦ ଜଣ ଦଙ୍ଗାକାରୀଙ୍କୁ ଚିହ୍ନଟ କରିଛନ୍ତି। ସେମାନଙ୍କୁ ମଧ୍ୟରୁ ପ୍ରାୟ ୬୩୦ ଜଣଙ୍କୁ ଗିରଫ କିଂବା ଅଟକ ରଖାଯାଇଛି।

ପ୍ରକୃତ କ୍ଷୟକ୍ଷତିର ମୂଲ୍ୟ ଆକଳନ କରିବାକୁ ସମୟ ଲାଗିପାରେ କିନ୍ତୁ, ଦିଲ୍ଲୀ ପୁଲିସର ବିଶ୍ୱାସ ଯେ ଦଙ୍ଗା ସମୟରେ ଶହ ଶହ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ କରାଯାଇଛି।

Share This Article
Leave a Comment