ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ତାରାତାରିଣୀ ପୀଠ ପରିଦର୍ଶନ ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ‘୫-ଟି’ ସଚିବ

Odisha Hot News
1 Min Read

ଗଞ୍ଜାମ : ତାରାତାରିଣୀ ମନ୍ଦିରରେ 5T ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ। ଆଜି ଭୋରରୁ ଅଚାନକ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି 5T ସଚିବ। ପ୍ରଥମେ ତାରାତାରିଣୀ ମନ୍ଦିର ପରିଦର୍ଶନ କରିବା ସହ ମନ୍ଦିରର ବିକାଶମୂଳକ କାର୍ଯ୍ୟର ତଦାରଖ କରିଛନ୍ତି। ମନ୍ଦିରର ବିଭିନ୍ନ ଉନ୍ନୟନ ସଂପର୍କରେ ପୂଜକଙ୍କ ସହ ଆଲୋଚନା କରିଛନ୍ତି।

‘୫-ଟି’ ସଚିବ ଋଷିକୂଲ୍ୟା ନଦୀ ପ୍ରକଳ୍ପର ବିକାଶର ବି ସମୀକ୍ଷା କରିଥିଲେ। ଏହାପରେ ସେ ହିଞ୍ଜିଳି ବ୍ଲକ୍ ଓ ପୌରପରିଷଦରେ ଥିବା ସମସ୍ତ ଉଚ୍ଚ ବିଦ୍ୟାଳୟର ପରିଦର୍ଶନ କରି ବିଦ୍ୟାଳୟ ପରିଚାଳନା ସମିତିର ସଭ୍ୟମାନଙ୍କୁ ଭେଟିଛନ୍ତି। ଏହାଛଡ଼ା ସେ ବିଭିନ୍ନ ପଞ୍ଚାୟତର ଉଚ୍ଚଶିକ୍ଷା, ପାନୀୟ ଜଳ, ରାସ୍ତା, ସ୍ବାସ୍ଥ୍ୟ, ବିଦ୍ୟୁତ୍ ଏବଂ ଜଳସେଚନ ଆଦି ସମସ୍ୟା ସଂପକରେ ପଞ୍ଚାୟତରାଜ ଅନୁଷ୍ଠାନଗୁଡ଼ିକ ସହ ଆଲୋଚନା କରୁଥିବା ଜଣାଯାଇଛି।

5T ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଆଜି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଓ ଆଖପାଖ ଅଞ୍ଚଳର ବିକାଶମୂଳକ କାର୍ଯ୍ୟ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି। ତାଙ୍କ ସହ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମଧ୍ୟ ମନ୍ଦିର ପରିଦର୍ଶନ କରିଥିଲେ। ଏହାସହ ସେଠାରେ ଲୋକଙ୍କୁ ମିଳୁଥିବା ସମସ୍ତ ସୁବିଧା ନେଇ ମଧ୍ୟ ଆଲୋଚନା କରିଥିଲେ। ‘୫-ଟି’ ସଚିବଙ୍କ ଗସ୍ତ ସମୟରେ ଅନ୍ୟମାନଙ୍କ ମଧ୍ୟରେ ପି ଡି ଡି ଆର୍ ଡିଏ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ବି ଉପସ୍ଥିତ ଥିଲେ।

Share This Article
Leave a Comment