ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ୱରେ ଜଷ୍ଟିସ ସଂଜୁ ପଣ୍ଡା

Odisha Hot News
1 Min Read

ଭୁବନେଶ୍ବର  : ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ୱରେ ରହିବେ ଜଷ୍ଟିସ ସଂଜୁ ପଣ୍ଡା । ମୁଖ୍ୟ ବିଚାରପତି ପଦରୁ ଜଷ୍ଟିସ କେ ଏସ ଜାଭେରୀ ଅବସର ନେବା ପରେ ବରିଷ୍ଠ ବିଚାରପତି ଜଷ୍ଟିସ୍‌ ପଣ୍ଡା ମୁଖ୍ୟ ବିଚାରପତି ଦାୟିତ୍ୱରେ ରହିବେ । ଆଜିଠୁ ସେ ନୂଆ ଦାୟିତ୍ୱ ତୁଲାଇବେ । ଏନେଇ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

୧୯୫୯, ଜୁଲାଇ ୧୦ରେ ଜନ୍ମିତ ଜଷ୍ଟିସ ପଣ୍ଡା ୨୦୦୭, ମାର୍ଚ୍ଚ ୧ରେ ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ସେ ୧୯୮୫ରେ ଓକିଲ ଭାବେ ଲାଇସେନ୍ସ ହାସଲ କରିବା ପରେ ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରଥିଲେ। ଦୀର୍ଘ ୨୧ ବର୍ଷର ଓକିଲାତି ପରେ ତାଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ମିଳିଥିଲା।

Share This Article
Leave a Comment