ଜିଲ୍ଲା ସ୍ତରୀୟ ପାଲା ସମ୍ମିଳନୀ ଉଦଯାପିତ

Odisha Hot News
1 Min Read

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡିଆଳ ଗଡରାମୁଣ୍ଡା ଗ୍ରାମ ଠାରେ ଦୁଇ ଦିନ ବ୍ୟାପୀ ଜିଲ୍ଲା ସ୍ତରୀୟ ପାଲା ସମ୍ମିଳନୀ ଉଦଯାପିତ ହୋଇଯାଇଅଛି। ଜିଲ୍ଲା ସ୍ତରୀୟ ପାଲା ସମ୍ମିଳନୀରେ ମୁଖ୍ୟ ଅତିଥି ରୂପେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଯୋଗ ଦେଇ ଲୋକ କଳାର ଚିରନ୍ତନ ସତ୍ୟ ଓ ସାଂସ୍କୃତିକ ଜାଗରଣ ପାଲା ପରିବେଷଣ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ନୂଆପଡ଼ା ଜିଲ୍ଲାରେ ୩୦ ଗୋଟି ପାଲା ଦଳ ଗଠିତ ହୋଇଥିବା ବେଳେ ଖଡିଆଳ ଠାରେ ଅତ୍ୟାଧୁନିକ ପାଲା ମଣ୍ଡପ ଏବଂ ତାଲିମ କେନ୍ଦ୍ର ପ୍ରତିଷ୍ଠା ପାଇଁ ପ୍ରଶାସନ ତତ୍ପରତା ହେବେ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ।

ସଭାରେ ପଶ୍ଚିମ ଓଡ଼ିଶା ପାଲା ସମ୍ରାଟ ଅର୍ଜୁନ ଛତ୍ରିଆ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ବକ୍ତା ରୂପେ ଗୌରାଙ୍ଗ କୁମାର ସାହୁ , ସମ୍ମାନିତ ଅତିଥି ରୂପେ ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ, ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ, ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡି, ସହ ସାହୁ ମଞ୍ଚଷିନ ହୋଇଥିଲେ।

ଏହି ଅବସରରେ ଚିପଳିମା ସମ୍ବଲପୁର ରାଧେଶ୍ୟାମ ପଣ୍ଡାଙ୍କୁ ପଶ୍ଚିମ ଓଡ଼ିଶା ପାଲା ସମ୍ରାଟ ଉପାଧିରେ ସମ୍ମାନିତ କରିଛନ୍ତି। ପାଲା ଦଳ ମାନେ ନିଜ ପାଲା ପରିବେଷଣ କରିଥିଲେ। ସ୍ବାଗତ ଓ ଅତିଥି ପରିଚୟ ଦୋଲାମଣି ଦଣ୍ଡସେନା ଧନ୍ୟବାଦ ଦିନବନ୍ଧୁ ଛତ୍ରିଆ ଦେଇଥିଲେ।

Share This Article