ନୟାଗଡ଼: ଘରୋଇ କଳି ଅନାଥ କଲା । ବୁଧବାର ଦିନ ଖଣ୍ଡପଡ଼ା ମଙ୍ଗଳା ସାହିରେ ନିଆଁରେ ପୋଡ଼ି ହୋଇଥିବା ଦମ୍ପତିଙ୍କ ଗତକାଲି ଚିକିତ୍ସାଧିନ ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ମୃତ୍ୟୁ ହୋଇଛି । ଗତକାଲି ଗାଁର ଦୁଇ ଦମ୍ପତିଙ୍କ ମଧ୍ୟରେ ପାରିବାରିକ ଘଟଣାକୁ ନେଇ ଝଗଡ଼ା ଉଗ୍ରରୂପ ନେଇଥିଲା । ଏଥିରେ ସ୍ୱାମୀ ସଦାନନ୍ଦ ପ୍ରଧାନ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ସ୍ୱାମୀଙ୍କୁ ବଂଚାଇବାକୁ ଯାଇ ସ୍ତ୍ରୀ ଋତୁପୂର୍ଣ୍ଣା ନିଆଁରେ ମଧ୍ୟ ପୋଡ଼ି ହୋଇଯାଇଥିଲେ । ଗ୍ରାମବାସୀ ଦମ୍ପତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଜିଲ୍ଲା ମେଡ଼ିକାଲ ଓ ଗୁରୁତର ହେବାରୁ କଟକ ମେଡ଼ିକାଲକୁ ସ୍ଥାନାନ୍ତରିତ କରିଥିଲେ । ତେବେ ଗତକାଲି ବିଳମ୍ବିତ ରାତିରେ ଦମ୍ପତିଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମୃତ୍ୟୁ ପରେ ତାଙ୍କର ଏକମାତ୍ର ପୁଅ ଅସହାୟ ହୋଇ ବାପା ମାଆକୁ ଖୋଜୁଥିବା ଦେଖିବାକୁ ମିଳିଛି । ସଦାନନ୍ଦ ଓ ଋତୁପୂର୍ଣ୍ଣା ପ୍ରେମ ବିବାହ କରିଥିବା ବେଳେ ଅଚାନକ କାହିକି ଝଗଡ଼ା ହୋଇଥିଲା ତାହାର କାରଣ ସ୍ପଷ୍ଟ ହୋଇନାହିଁ ।
ଘରୋଇ କଳିର କରୁଣ ପରିଣତି !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Vivod iz zapoya v stacionare_hlSl on କଂଗ୍ରେସର ପରିବର୍ତ୍ତନ ସମାବେଶରେ ରାହୁଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କଲେ !
- pinup_ljKa on କୋଭିଡ୍-୧୯: ଦିଲ୍ଲୀରୁ ଶ୍ରମଜୀବୀମାନଙ୍କ ଅପସାରଣ ତ୍ୱରାନ୍ୱିତ କଲେ ଉତ୍ତରପ୍ରଦେଶ ସରକାର
- Harveycrync on ପ୍ରକାଶ ପାଇଲା ରାଜ୍ୟ ସଭା ନିର୍ବାଚନ ବିଜ୍ଞପ୍ତି: ଆଜିଠୁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ
- Mariam on ପ୍ରେମ ବିବାହକୁ ନେଇ ଗାଁରେ ବସିଲା କଙ୍ଗାରୁକୋର୍ଟ: ଶଳା ବାହାଘର ଭିଣାଇକୁ ଦଣ୍ଡ !
- SteveLaf on ବିଜେପୁର: ୩ଦଳର ପ୍ରାର୍ଥୀ ଚୟନ ଉପରେ ନଜର
