ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁଙ୍କ ବଲାଙ୍ଗୀର ଗସ୍ତ କାର୍ଯ୍ୟକ୍ରମ ବାତିଲ

Odisha Hot News
1 Min Read

ବଲାଙ୍ଗୀର : ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁଙ୍କ ବଲାଙ୍ଗୀର ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଦିଆଯାଇଥିବା ଜଣାଯାଇଛି। ଖରାପ ପାଗ ପାଇଁ ତାଙ୍କର ବଲାଙ୍ଗୀର ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଥିବାର ସୂଚନା ମିଳିଛି। ଆଜି ବଲାଙ୍ଗୀର ଉପକଣ୍ଠ ବରକାନୀ ଗାଁରେ ନିର୍ମାଣ ହୋଇଥିବା ଏଲପିଜି ବଟଲିଂ ପ୍ଲାଣ୍ଟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥାନ୍ତେ ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁ । ତା’ଛଡ଼ା ଉପରାଷ୍ଟ୍ରପତିଙ୍କର ରାଜେନ୍ଦ୍ର କଲେଜର ପ୍ଲାଟିନମ ଜୁବ୍ଲିରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏଲପିଜି ବଟଲିଂ ପ୍ଲାଣ୍ଟକୁ ଲୋକାର୍ପଣ କରିବେ ବୋଲି ଜଣାଯାଇଛି।

ଏଥିଲାଗି ଆୟୋଜିତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ସଙ୍ଗୀତା ସିଂହଦେଓ ପ୍ରମୁଖ ଯୋଗ ଦେବାଲାଗି ସେଠାରେ ଉପସ୍ଥିତ ଅଛନ୍ତି।

Share This Article
Leave a Comment