ଭୁବନେଶ୍ୱର : ଆଗକୁ ଆସୁଛି ଫିଲ୍ମ ‘ବାବୁ ଭାଇଜାନ୍’। ‘ଖ୍ୱାଜା ଗରିବ୍ ନୱାଜ୍’ ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ ହେଉଥିବା ଏହି ଫିଲ୍ମରେ ଲିଡ୍ ରୋଲ୍ରେ ଅଭିନୟ କରିଛନ୍ତି ଅଭିନେତା ଅରିନ୍ଦମ ଏବଂ ଅଭିନେତ୍ରୀ ଶିବାନୀ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଲୋକପ୍ରିୟ ନିର୍ଦ୍ଦେଶକ ତାପସ ସରଘରିଆ। ଫିଲ୍ମର ଶୁଟିଂ ସରିଗଲାଣି ବୋଲି ସୂଚନା ମିଳିଛି। କିନ୍ତୁ ଫିଲ୍ମର ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ସ୍ଥିର କରାଯାଇନି।ତେବେ ଗତ କିଛି ଦିନ ହେବ ‘ବାବୁ ଭାଇଜାନ୍’ ଫିଲ୍ମକୁ ନେଇ ଏକ ଆଲୋଚନା ଚାଲିଛି। କୁହାଯାଉଛି ଚଳିତ ବର୍ଷ ରିଲିଜ୍ ହୋଇଥିବା ବଲିଉଡ୍ ଫିଲ୍ମ ‘ସୁଇ ଧାଗା’ରୁ ଏହାକୁ କପି କରାଯାଇଛି। ସୋଶାଲ୍ ମିଡିଆରେ ମଧ୍ୟ କିଛି ଲୋକ ‘ବାବୁ ଭାଇଜାନ୍’ ‘ସୁଇ ଧାଗା’ ଫିଲ୍ମର କପି ବୋଲି ପୋଷ୍ଟ୍ କରିଛନ୍ତି। ଆଉ ଏହାକୁ ନେଇ ମୁହଁ ଖୋଲିଛନ୍ତି ଫିଲ୍ମର ନିର୍ଦ୍ଦେଶକ ତାପସ ସରଘରିଆ। .ସେ କହିଛନ୍ତି, ଅନ୍ୟକୁ କପି କରି ଓଡ଼ିଆ ଫିଲ୍ମ କରାଯାଉଛି କହିବାଟା ଲୋକଙ୍କର ଗୋଟେ ଅଭ୍ୟାସ ହୋଇଗଲାଣି। ‘ବାବୁ ଭାଇଜନ୍’ ସତ କାହାଣୀ ଉପରେ ଆଧାରିତ। ବାଲେଶ୍ୱରର ଅବଦୁଲ ଅମିନ୍ ଖାନ୍ଙ୍କ ଜୀବନକୁ ନେଇ ଫିଲ୍ମଟି ତିଆରି ହେଉଛି। ସେ କେମିତି ସଂଘର୍ଷ କରି ଜଣେ ଛୋଟ ଟେଲରରୁ ବଡ଼ ଉଦ୍ୟୋଗପତି ହୋଇପାରିଛନ୍ତି, ତାହା ଏହି ଫିଲ୍ମରେ ଦେଖାଯାଇଛି। ତଥାପି ଯଦି ଲୋକମାନଙ୍କୁ ଲାଗୁଛି ଯେ ଫିଲ୍ମଟି କପି ହୋଇଛି, ତା’ହେଲେ ଆଉ କ’ଣ କରାଯାଇପାରିବ। ବାବୁ ଭାଇଜାନ୍ଙ୍କୁ ଦେଖି ‘ସୁଇ ଧାଗା’ ହୋଇଥାଇପାରେ।ତରଙ୍ଗ ମ୍ୟୁଜିକ୍ରେ ପ୍ରସାରିତ ହେଉଥିବା ଟକ୍ ଶୋ ‘ରେଡିଓ ଟାଇମ୍ ୱିଥ୍ ଅନନ୍ୟା’ର ଏକ ଏପିସୋଡ୍ ଯୋଗଦେଇ ଏକଥା କହିଛନ୍ତି ତାପସ ସରଘରିଆ।ସୂଚନା ଅନୁଯାୟୀ, ବାବୁ ଭାଇଜାନ୍ ଫିଲ୍ମର ଅଧା ଭାଗ ଦିଲ୍ଲୀରେ ଶୁଟିଂ କରାଯାଇଛି। ଏ ଫିଲ୍ମରେ ମିହିର ଦାସ, ବବି ମିଶ୍ର, ମନୋଜ ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା ଓ ବିଦୁସ୍ମିତା ପ୍ରମୁଖ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି। ଏହା ଭିତରେ ଏହି ଫିଲ୍ମର ଦୁଇଟି ଗୀତ- ‘ଦିଲ୍ଲୀ କୀ ଗଳି’ ଓ ’ହମ୍ ଦମ୍ ମେରେ’ ରିଲିଜ୍ ହୋଇଛି। ଏ ଦୁଇଟି ଗୀତକୁ ଲୋକେ ବେଶ୍ ପସନ୍ଦ ମଧ୍ୟ କରିଛନ୍ତି।
‘ବାବୁ ଭାଇଜାନ୍’ ଫିଲ୍ମ କପିକୁ ନେଇ ମୁହଁ ଖୋଲିଲେ ତାପସ
Leave a Comment
Leave a Comment
- Advertisement -
Stay Connected
Comment
- melbet_hqPl on ତେଲେଙ୍ଗାନା ଏନ୍କାଉଣ୍ଟର: ପୁଣିଥରେ ବ୍ୟବଚ୍ଛେଦ ହେବ ଅପରାଧୀଙ୍କ ସଂରକ୍ଷିତ ମୃତଦେହ
- plinko_gupa on ତେଲେଙ୍ଗାନା ଏନ୍କାଉଣ୍ଟର: ପୁଣିଥରେ ବ୍ୟବଚ୍ଛେଦ ହେବ ଅପରାଧୀଙ୍କ ସଂରକ୍ଷିତ ମୃତଦେହ
- aviator_ryet on ତେଲେଙ୍ଗାନା ଏନ୍କାଉଣ୍ଟର: ପୁଣିଥରେ ବ୍ୟବଚ୍ଛେଦ ହେବ ଅପରାଧୀଙ୍କ ସଂରକ୍ଷିତ ମୃତଦେହ
- DeshawnSycle on ଆଜିର ରାଶିଫଳ
- narkologicheskii stacionar_mvkn on କୋଇଲା ଖଣିରେ ଅଭାବନୀୟ ଘଟଣା
