ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତା, ଦିଲ୍ଲୀ ଡାକ୍ତରଖାନାରେ ମୃତ୍ୟୁ

Odisha Hot News
1 Min Read

ଭୁବନେଶ୍ୱର :  ଉତ୍ତରପ୍ରଦେଶର ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତା ଜୀବନ ଯୁଦ୍ଧରେ ହାରିଯାଇଛନ୍ତି. ଦିଲ୍ଲୀସ୍ଥିତ ସଫଦରଗଂଜ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି. ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତାଙ୍କ ଶୁକ୍ରବାର ରାତି ୧୧ଟା ୪୦ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି. ଡାକ୍ତରୀଟିମ ବହୁ ଚେଷ୍ଟା କରିବା ପରେ ମଧ୍ୟ ତାଙ୍କୁ ବଂଚାଇ ପାରି ନାହାନ୍ତି. ଯୁବତୀଙ୍କୁ ଗୁରୁବାର ସନ୍ଧ୍ୟାରେ ଏୟାରଲିଫ୍ଟ କରି ଲଖନଉସ୍ଥିତ ଶ୍ୟାମାପ୍ରସାଦ ମୁଖାର୍ଜୀ (ସିଭିଲ) ହସ୍ପିଟାଲରୁ ଦିଲ୍ଲୀ ନିଆଯାଇଥିଲା. ଡାକ୍ତର କହିଛନ୍ତି ଯେ, ପୀଡ଼ିତାଙ୍କ ଶରୀର ୯୦ ପ୍ରତିଶତ ଜଳି ଯାଇଥିଲା. 

ସଫଦରଗଂଜ ହସ୍ପିଟାଲର ଅସ୍ଥି ଏବଂ ପ୍ଲାଷ୍ଟିକ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ଶଲଭ କୁମାର କହିଛନ୍ତି, ଆମେ ପୀଡ଼ିତାଙ୍କୁ ବଂଚାଇବା ପାଇଁ ବହୁ ପରଶ୍ରମ କରିଥିଲୁ. ମାତ୍ର ଦୁଃଖର କଥା ଯେ, ତାଙ୍କୁ ବଂଚାଇ ପାରିଲୁ ନାହିଁ. ସନ୍ଧ୍ୟା ହେବା ମାତେ ତାଙ୍କର ଅବସ୍ଥା ଅଧିକ ଗୁରୁୁତର ହେବାକୁ ଲାଗିଲା. ରାତି ୧୧ଟା ୪୦ରେ ତାଙ୍କର ହୃଦସ୍ପନନ୍ଦ ହଠାତ ବନ୍ଦ ହୋଇଯାଇଥିଲା. ପୀଡ଼ିତାଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ବୋଲି କୁହାଯାଇଛି. 

ସୂଚନାଯୋଗ୍ୟ ଉନ୍ନାଓର ବିହାର ଥାନା ଅନ୍ତର୍ଗତ ପୀଡ଼ିତା (୨୦ ବର୍ଷ) କୁ ଗୁରୁବାର ଭୋର ସକାଳୁ ୫ ଜଣ ଅଭିଯୁକ୍ତ ଜୀଅନ୍ତା ଜାଳି ଦେଇଥିଲେ. ଘଟଣା ସହିତ ସଂପୃକ୍ତ ସମସ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି. ପୀଡ଼ିତା ଥାନାରେ ଅଭିଯୋଗ କରି କହିଥିଲେ ଯେ, ଶିବମ ତ୍ରିବେଦୀ ନାଁରେ ଜଣେ ବ୍ୟକ୍ତିତାଙ୍କୁ ପ୍ରେମ ଜାଳରେ ଫସାଇ ରାୟବରେଲି ନେଇ ଯାଇଥିଲା. ସେଠାରେ ଦୁଷ୍କର୍ମ କରିଥିବା ବେଳେ ଘଟଣାର ଭିଡିଓ ମୋବାଇଲରେ ରେକଡିଂ କରିଥିଲା. ଯୁବତୀ କହିଥିଲେ ଯେ, ଶିବମ ତାଙ୍କୁ ଅନେକ ସହର ନେଇ ଯାଇ ଦୁଷ୍କର୍ମ କରିଥିଲା. ପୀଡ଼ିତା ଯେତେବେଳେ ବିବାହ ପାଇଁ ଦାବି କଲା, ଶିବମ ଏଥିରେ ରାଜି ହୋଇ ନ ଥିଲା. ଯୁବତୀଙ୍କୁ ଜଳାଇଥିବା ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ଦୁଷ୍କର୍ମ କରିଥିଲେ. ମାତ୍ର ସେମାନେ କିଛି ଦିନ ପୂର୍ବରୁ ଜାମିନରେ ଆସିଥିଲେ

Share This Article
Leave a Comment