କିନ୍ନରଙ୍କୁ ଭୁଲରେ ମଧ୍ୟ ଦାନ କରନ୍ତୁ ନାହିଁ ଏସବୁ ଜିନିଷ : ନଚେତ୍ ପଡ଼ିବେ ଅସୁବିଧାରେ

Odisha Hot News
1 Min Read

ଅନେକ ଲୋକ ଦିପାବଳୀ ଭଳି ପର୍ବ କିମ୍ବା ଶୁଭ ଅବସରରେ ବାସନ-ପୋଷାକ ଆଦି ଦାନ କରିଥାଆନ୍ତି। କିନ୍ତୁ ମନେ ରଖନ୍ତୁ ଯେ କିନ୍ନରଙ୍କୁ କେବେ ବି ଭୁଲରେ ଏସବୁ ଜିନିଷ ଦେବେ ନାହିଁ। କେତେକ ଜିନିଷ କିନ୍ନରଙ୍କୁ ଦେବା ଅନୁଚିତ୍। ଆସନ୍ତୁ ଜାଣିବା ଏହି ଜିନିଷଗୁଡ଼ିକ ବିଷୟରେ

୧.ଷ୍ଟିଲ୍ ବାସନ : କିନ୍ନରମାନଙ୍କୁ କେବେ ବି ଭୁଲରେ ଷ୍ଟିଲ୍ ବାସନ ଦିଅନ୍ତୁ ନାହିଁ। ଫଳରେ ଆପଣଙ୍କ ପରିବାରର ସୁଖ-ଶାନ୍ତି ନଷ୍ଟ ହୋଇଯିବ। ଘରେ କଳହ ବୃଦ୍ଧି ହେବ। ପରିବାରର ସଦସ୍ୟ ଅବସାଦଗ୍ରସ୍ତ ହେବେ। ଏହା ଆପଣଙ୍କ ବିକାଶ ପଥରେ ବାଧା ସୃଷ୍ଟି କରିବ।

୨.ପ୍ଲାଷ୍ଟିକ୍ ବୋତଲ : କିନ୍ନରଙ୍କୁ ପ୍ଲାଷ୍ଟିକ୍ ବୋତଲ ଦେବା ଅତ୍ୟନ୍ତ ଅଶୁଭ ବୋଲି କୁହାଯାଇଛି। ଏପରି କରିବା ଦ୍ବାରା ପରିବାରରେ ରୋଗ ଜନ୍ମ ହୋଇଥାଏ। ପରିବାରରେ ଯେକୌଣସି ସଦସ୍ୟଙ୍କର ସ୍ବାସ୍ଥ୍ୟ ଲଗାତାର ଭାବେ ଖରାପ ହୋଇଥାଏ। ଏହା ବ୍ୟତୀତ ପରିବାରରେ ଅଶାନ୍ତି ହୋଇଥାଏ।

୩. ଝାଡ଼ୁ : ଝାଡ଼ୁକୁ ଲକ୍ଷ୍ମୀଙ୍କ ସ୍ବରୂପ ବୋଲି କୁହାଯାଇଛି। ଏଥିପାଇଁ ଘରେ ଆସିଥିବା କିନ୍ନରଙ୍କୁ ଝାଡ଼ୁ କିଣି ଦେବା ଅନୁଚିତ୍। ଏପରି କରିବା ଦ୍ବାରା ଆପଣ ନିଜ ଘରେ ସବୁ ଦିନ ପାଇଁ ଲକ୍ଷ୍ମୀଙ୍କ ବାସ ହରାଇ ଦେବେ। ଏହା ସହିତ ଘରେ କେବେ ବି ଶାନ୍ତି ବଜାୟ ରହିବ ନାହିଁ।

Share This Article
Leave a Comment