ବ୍ରହ୍ମପୁର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଗଞ୍ଜାମରେ ‘ମଧୁ’ ଆପର ଶୁଭାରମ୍ଭ କରିଛନ୍ତି | ଭୁବନେଶ୍ବରର ଲୋକସେବା ଭବନରେ ଥିବା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ମଧୁ ଆପର ଉନ୍ମୋଚନ କରିଛନ୍ତି। ଏହି ଆପର ଉନ୍ମୋଚନ ଅବସରରେ ସେଠାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ଗଣଶିକ୍ଷା ସଚିବ ପ୍ରମୁଖ ଉପସ୍ଥିତ ଥିଲେ।

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲଙ୍ଗେ ଆଜି ଛତ୍ରପୁରଠାରେ ଓସ୍ବାନ ସମ୍ମିଳନୀ କକ୍ଷରେ ଉପସ୍ଥିତ ରହିଥିଲେ। ତାଙ୍କ ସହ ଜିଲ୍ଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ।
ଛାତ୍ରଛାତ୍ରୀମାନେ ଗୁଗଲ ପ୍ଲେ-ଷ୍ଟୋରକୁ ଯାଇ ଏହି ଆପ୍ ଡାଉନ ଲୋଡ୍ କରିପାରିବେ । ବିଦ୍ୟାର୍ଥୀମାନେ ଏକ କିମ୍ବା ଏକାଧିକ କ୍ଲାସରେ ପଞ୍ଜିକରଣ କରି ବହି ପାଠକୁ ଡିଜିଟାଲ ପଦ୍ଧତିରେ ପଢ଼ିପାରିବେ । ପଂଚମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଏହି ଆପ୍ ସହାୟକ ହେବ । ଏହି ଆପ୍ ସହାୟତାରେ ଛାତ୍ରଛାତ୍ରୀମାନେ ମୋବାଇଲରେ ସମ୍ପୃକ୍ତ ବିଷୟକୁ ପୁଣି ଥରେ ପଢ଼ିପାରିବେ ।
ଏହା ସହ ପାଠ୍ୟକ୍ରମ ଶେଷ ହେବା ପରେ ପ୍ରଶ୍ନୋତ୍ତର ଅଭ୍ୟାସ କରିବାର ମଧ୍ୟ ସୁବିଧା ରହିଛି । ନିଜେ ପ୍ରଶ୍ନ ପଢ଼ି ତାର ଉତ୍ତର ଲେଖି ତାହା ଠିକ୍ କି ଭୁଲ ଏବଂ କେତେ ମାର୍କ ପାଇବେ ତାହା ଜାଣିପାରିବେ । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗଞ୍ଜାମ ଜିଲ୍ଲାର ଦାୟିତ୍ୱ ନେବା ପରେ ପ୍ରଥମେ ୱାଟର ବେଲ୍ ପରେ ମଧୁ ଆପ୍ ଲଂଚ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତିି ।

coworking space coworking space dubai
Только что опубликовано: https://megastroy77.ru
Только лучшие материалы: https://buysit.ru