୪୫ଟି ସୁନା ଗହଣା ଦୋକାନରେ ଚଢ଼ଉ

Odisha Hot News
1 Min Read

ଭୁବନେଶ୍ବର : ଗତ ୨୨ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଚାରିଦିନ ଧରି ଭୁବନେଶ୍ବର, ବ୍ରହ୍ମପୁର, କଟକ, ରାଉରକେଲା, ସମ୍ବଲପୁର ଓ ବାଲେଶ୍ବରର ବିଭିନ୍ନ ସୁନାଗହଣା ଦୋକାନ ଏବଂ ପ୍ରତିଷ୍ଠାନ ଉପରେ ଅଚାନକ ଚଢ଼ଉ କରାଯାଥିଲା। ମୋଟ ୪୫ଟି ଦୋକାନ ଏବଂ ପ୍ରତିଷ୍ଠାନ ଉପରେ େହାଇଥିବା ଏହି ଚଢ଼ଉରେ ୨୯ଟି ଦୋକାନ ଏବଂ ପ୍ରତିଷ୍ଠାନରେ ବୈଧମାପ ବିଜ୍ଞାନ ନିୟମରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଏହି ବାବଦରେ ୨୭ଟି ଦୋକାନ ଓ ପ୍ରତିଷ୍ଠାନରୁ ୩ ଲକ୍ଷ ୭୭ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଅନ୍ୟ ଦୁଇଟି ପ୍ରତିଷ୍ଠାନକୁ ନୋଟିସ୍‌ ଜାରି କରାଯାଇଛି ।

ଭୁବନେଶ୍ବରରେ ୧୦ଟି ଦୋକାନ ଓ ପ୍ରତିଷ୍ଠାନ ଉପରେ କରାଯାଇଥିବା ଚଢ଼ଉରୁ ୮ଟି ଦୋକାନରେ ବୈଧମାପ ବିଜ୍ଞାନ ନିୟମ ପାଳନର ତ୍ରୁଟି ପରିଲକ୍ଷିତ ହୋଇଛି ଏବଂ ଏ ବାବଦରେ ଏକ ଲକ୍ଷ ୨୭ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ବ୍ରହ୍ମପୁରରେ ୮ଟି ଦୋକାନ ଓ ପ୍ରତିଷ୍ଠାନ ଉପରେ ଚଢ଼ଉ କରାଯାଇଥିଲା। ଏଥିରେ ୫ଟି ଦୋକାନ ଓ ପ୍ରତିଷ୍ଠାନରେ ବୈଧମାପ ବିଜ୍ଞାନ ନିୟମର ତ୍ରୁଟି ପରିଲକ୍ଷିତ ହୋଇଛି ଏବଂ ଏ ବାବଦରେ ୪ଟି ଦୋକାନ ଓ ପ୍ରତିଷ୍ଠାନରୁ ୪୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଗୋଟିଏ ପ୍ରତିଷ୍ଠାନ ଉପରେ କମ୍ପାଉଣ୍ଡିଂ ନୋଟିସ୍‌ ଜାରି କରାଯାଇଛି ।

Share This Article
Leave a Comment