ଫେମ୍ ଇଣ୍ଡିଆ ପକ୍ଷରୁ ପ୍ରତାପ ଜେନାଙ୍କୁ ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର

Odisha Hot News
1 Min Read

ଭୁବନେଶ୍ବର : ରାଜ୍ୟ ପଞ୍ଚାୟତିରାଜ, ଗୃହ ଓ ନଗର ଉନ୍ନୟନ, ଆଇନ ମନ୍ତ୍ରୀ ପ୍ରତାପ ଜେନା ଚଳିତବର୍ଷ ପାଇଁ ଫେମ୍ ଇଣ୍ଡିଆ ପକ୍ଷରୁ ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ପାଇଛନ୍ତି। ଶନିବାର ଦିନ ଫେମ୍ ଇଣ୍ଡିଆ ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମ‌େର କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେଙ୍କ ଠାରୁ ମନ୍ତ୍ରୀ ଶ୍ରୀ ଜେନା ‘ସର୍ବଶ୍ରେଷ୍ଠ ମନ୍ତ୍ରୀ’ ପୁରସ୍କାର ଗ୍ରହଣ କରିଛନ୍ତି।

ଫେମ୍ ଇଣ୍ଡିଆ ପକ୍ଷରୁ ଦେଶର ମନ୍ତ୍ରୀମାନଙ୍କ ବିଭିନ୍ନ କାର୍ଯ୍ୟର ଆକଳନ କରାଯାଇ ସରକାରୀ ଯୋଜନାଗୁଡ଼ିକୁ ଠିକଣା ବାଟରେ ଦୁର୍ନୀତିମୁକ୍ତ ଭାବେ ପରିଚାଳନା କରିବା ନେଇ ଏହି ସଂସ୍ଥା ଜାତୀୟ ସ୍ତରରେ ପୁରସ୍କାର ପ୍ରଦାନ କରିଥାଏ। ପ୍ରତି ବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଉଥିଲା ବେଳେ ଚଳିତ ବର୍ଷ ଶ୍ରୀ ଜେନାଙ୍କୁ ଚୟନ କରାଯାଇଥିଲା।

Share This Article
Leave a Comment