ଭୁବନେଶ୍ଵର : ଆସନ୍ତା ବର୍ଷ ବେଳକୁ ଭାରତର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଯୁକ୍ତରାଷ୍ଟ୍ର ଆମେରିକା ସହ ସମକକ୍ଷ ହେବାକୁ ଯାଉଛି। ଯାହାର ବ୍ୟବସାୟିକ ଆକାର ପାଖାପାଖି ୫୩୦ ବିଲିୟନ୍ ଡଲାର ଅଥବା ପ୍ରାୟ ୩୭୫୮ କୋଟି ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାକୁ ଭାରତୀୟ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ କରିବା ତଥା ଅଧିକରୁ ଅଧିକ ପୁଞ୍ଜି ନିବେଶ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଗୁରୁତ୍ଵ ପ୍ରଦାନ କରୁଛନ୍ତି ବୋଲି କହିଛନ୍ତି ଶିଳ୍ପ, ଏମ୍ଏସ୍ଏମ୍ଇ ,ଶକ୍ତି ଓ ଗୃହ ରାଜ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର।
ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନା ତଥା ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକୁ ପ୍ରାଧାନ୍ୟ ଦେବା ଲାଗି ରହିଥିବା ନୀତି ବିଷୟରେ ଆଲୋଚନା ଏବଂ ଶିଳ୍ପୋଦ୍ୟୋଗୀମାନଙ୍କ ସହ କଥାବାର୍ତ୍ତା ସମୟରେ ଶ୍ରୀ ମିଶ୍ର ଏହି ମତ ଦେଇଛନ୍ତି। ସମଗ୍ର ପୂର୍ବ ଭାରତରେ ଓଡ଼ିଶାର ପ୍ରାକୃତିକ ପରିବେଶ ଏବଂ ଜଳବାୟୁ ଫଳ, ପନିପରିବା ଚାଷ, କୃଷି ଭିତ୍ତିକ ଉତ୍ପାଦନ ସାଙ୍ଗକୁ ସାମୁଦ୍ରିକ ଦ୍ରବ୍ୟ ଉତ୍ପାଦ ପାଇଁ ଏକ ନିଆରା ପରିବେଶ ସୃଷ୍ଟି କରୁଛି। ଏହାର ସୁଯୋଗ ନେଇ ନିବେଶକମାନେ ତାହାର ଉଚିତ ଫାଇଦା ଉଠାଇବା ଆବଶ୍ୟକ ବୋଲି ସେ କହିଥିଲେ।
ଏହି ଅବସରରେ ଶିଳ୍ପ ଓ ଏମ୍ଲସ୍ଏମ୍ଇ କମିଶନର ତଥା ସଚିବ ହେମନ୍ତ ଶର୍ମା, ଉଠା ଜଳସେଚନ ନିଗମ ପରିଚାଳନା ନିର୍ଦେଶକ ଅର୍ଚ୍ଚନା ପଟ୍ଟନାୟକ, ଇପିକଲ୍ ପରିଚାଳନା ନିର୍ଦେଶକ ନିତିନ ବି. ଜାୱଳେ, ଉଦ୍ୟାନ କୃଷି ନିର୍ଦେଶକ ବିଜୟ କେତନ ଉପାଧ୍ୟାୟ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ସ୍ଵତନ୍ତ୍ର ସଚିବ ଦେବୀଦତ୍ତ ବିଶ୍ଵାଳ, ଶିଳ୍ପ ନିର୍ଦେଶାଳୟର ଅତିରିକ୍ତ ନିର୍ଦେଶକ ଏସକେ ହୋତା ପ୍ରମୁଖ ଯୋଗ ଦେଇଥିଲେ।
ଏହି ଅବସରରେ ଶିଳ୍ପ ଓ ଏମ୍ଏସ୍ଏମ୍ଇ ସଚିବ ହେମନ୍ତ ଶର୍ମା କହିଥିଲେ ଯେ, ଓଡ଼ିଶାରେ ଖାଦ୍ୟ ପ୍ରକ୍ରିୟାକରଣ ଏବଂ ସାମୁଦ୍ରିକ ଖାଦ୍ୟ ଶିଳ୍ପ ଲାଗି ଯଥେଷ୍ଟ ଭିତ୍ତିଭୂମି ଓ ସୁଯୋଗ ରହିଛି। ବିଶେଷକରି ଏହାର୧୦ଟି ଭିନ୍ନ କୃଷି ଭିତ୍ତିକ ଜଳବାୟୁ ଜୋନ୍, ବିଶାଳ କୃଷି ଭିତ୍ତିଭୂମି ତଥା ଚାଷଜମି, ସାମୁଦ୍ରିକ ଖାଦ୍ୟ, ପର୍ୟ୍ୟାପ୍ତ ଶୀତଳ ଭଣ୍ଡାର ଏବଂ ଏସୀୟ ଦେଶ ମାନଙ୍କ ସହ ସହଜ ଯୋଗାଯୋଗ ବ୍ୟବସ୍ଥାଏହି ପ୍ରକାର ଶିଳ୍ପର ବିକାଶ ଲାଗି ଯଥେଷ୍ଟ ସହାୟକ ହେଉଛି। ଏହାବାଦ୍ ଯେଉଁ ଉଦ୍ୟୋଗୀମାନେ ଓଡ଼ିଶାରେ ଏହିଭଳି ଶିଳ୍ପ ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି ଆମେ ସେମାନଙ୍କୁ ବିଭିନ୍ନ ପ୍ରକାର ସବସିଡି ବି ଦେଉଛୁ।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.