ଭୁବନେଶ୍ବର: ଗତ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିବା ଡାକ୍ତର ଦାମୋଦର ରାଉତ ଦଳରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ସେ ନିଜର ଇସ୍ତଫା ପତ୍ର ଦଳର ସଭାପତି ବସନ୍ତ ପଣ୍ଡାଙ୍କୁ ପଠାଇଥିବା ଜଣାଯାଇଛି। ସେ ଗତ ବିଧାନସଭା ନିର୍ବାଚନରେ ବିଜେପି ଟିକେଟରେ ଏରସମା-ବାଲିକୁଦାରୁ ଲଢ଼ିଥିଲେ ଏବଂ ପରାଜିତ ହୋଇଥିଲେ। ତେବେ ସେ ଇସ୍ତଫା ପତ୍ରରେ ବିଜେପି ପ୍ରତି କୌଣସି ଅସୂୟାଭାବ ନାହିଁ ବୋଲି ଦର୍ଶାଇନଥିବା କୁହାଯାଉଛି।
ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କୁ ବହିଷ୍କାର କରିବାର କିଛି ଦିନ ପରେ ସେ ବିଜେପିରେ ସାମିଲ ହୋଇଥିଲେ। ସେ ସକ୍ରିୟ ନିର୍ବାଚନରେ ଅଂଶ ଗ୍ରହଣ କରିବେ ନାହିଁ ବୋଲି ଘୋଷଣା କରିଥିଲେ।
ସୂଚନାଯୋଗ୍ୟ, ବିଜେପିକୁ ନେଇ ବେଶ କିଛିଦିନ ହେଲା ଅସନ୍ତୁଷ୍ଟ ଥିଲେ ଦାମ। ବିଜେପୁର ଉପନିର୍ବାଚନରେ ଭାଜପାର ଷ୍ଟାର ପ୍ରଚାରକଙ୍କ ତାଲିକାରେ ତାଙ୍କ ନାମ ନ ଥିବାରୁ ସେ କ୍ଷୁବ୍ଧ ହୋଇ ତାଙ୍କୁ ଆଉ ଦଳ ଖୋଜୁ ନାହିଁ ବୋଲି କହିଥିଲେ । ସେ ବିଜେପିର ଦଳୀୟ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରୁନଥିଲେ । ତାଙ୍କୁ ଡାକ୍ତର ଦାମୋଦର ରାଉତ ଦଳୀୟ କାର୍ଯ୍ୟକ୍ରମକୁ ଆମନ୍ତ୍ରଣ କରାଯାଉ ନାହିଁ ବୋଲି କ୍ଷୋଭ ପ୍ରକାଶ କରୁଥିଲେ ।