କେନ୍ଦ୍ରାପଡ଼ାରେ ଫାଇଭ୍ ଟି ସଚିବ ଭି.କେ ପାଣ୍ଡିଆନ୍ ।

Odisha Hot News
1 Min Read

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ଫାଇଭ୍ ଟି ସଚିବ ଭି.କେ ପାଣ୍ଡିଆନ୍ । ଆଜି ସେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବୁଲି ଦେଖିଥିବା ଜଣାଯାଇଛି। ଫାଇଭ୍ ଟି ସଚିବ ଭି.କେ ପାଣ୍ଡିଆନ୍ ଡାକ୍ତରଖାନାର ଚକ୍ଷୁ ଚିକିତ୍ସା ବିଭାଗ ବୁଲିବା ସହ ଡାକ୍ତରଖାନାରେ କିଭଳି ସେବା ମିଳୁଛି ସେ ନେଇ ରୋଗୀଙ୍କ ସହ ଆଲୋଚନା କରିଛନ୍ତି ।

ଏଥିରେ ପାଣ୍ଡିଆନଙ୍କ ସହ ରାଜ୍ୟ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଏବଂ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ମଧ୍ୟ ଜିଲ୍ଲା ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି ।ଏହାପରେ ଭି.କେ ପାଣ୍ଡିଆନ୍ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଶ୍ରୀ ବଳଦେବଜୀଉ ମନ୍ଦିରରେ ଶ୍ରୀଜୀଉଙ୍କର  ଦର୍ଶନ କରିଥିବା ଜଣାଯାଇଛି।

ସୂଚନାଯୋଗ୍ୟ ଗାନ୍ଧୀ ଜୟନ୍ତୀରୁ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହେବାପରେ ସରକାରୀ ସ୍ତରରେ ତତ୍ପରତା ଦେଖାଦେଇଛି । ଏବେ ଜିଲ୍ଲାରୁ ଜିଲ୍ଲା ବୁଲୁଛନ୍ତି ‘ଫାଇଭ୍ ଟି’ ସଚିବ ପାଣ୍ଡିଆନ୍ । ଜିଲ୍ଲାରୁ ଜିଲ୍ଲାକୁ ହସ୍ପିଟାଲ, ଥାନା ବୁଲି ସ୍ଥିତି ସମୀକ୍ଷା କରୁଛନ୍ତି ପାଣ୍ଡିଆନ । ବିଭିନ୍ନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ରୋଗୀ ଓ ରୋଗୀଙ୍କ ସଂପର୍କୀୟ ସହ ସିଧାସଳଖ ଆଲୋଚନା କରୁଛନ୍ତି । ମେଡିକାଲରେ ରୋଗୀ ସେବା ସମେତ ଔଷଧ ଯୋଗାଣ ନେଇ ମଧ୍ୟ ଆଲୋଚନା କରୁଛନ୍ତି ଫାଇଭ୍ ଟି ସଚିବ ।

Share This Article
Leave a Comment