ରାୟଗଡ଼ା : ଦେବାଦେବୀଙ୍କ ଫଟୋ ପୋଡିବା ସହ ଏହାର ଭାଇରାଲ ଘଟଣାରେ ଜଣେ ଯୁବକକୁ ଗିରଫ କରିଛି ପୁଲିସ। ଗିରଫ ଯୁବକ ଜଣକ ହେଉଛନ୍ତି ଟିକିରି ଥାନା ଅନ୍ତର୍ଗତ ପାଞ୍ଚାଳି ଗାଁ’ର ଅଗସ୍ତି ଗରେଡା। ଯୁବକ ଜଣକ ନିଜକୁ ଜଣେ ଏସ୍ଏସ୍ଟି ମାଇନର କମ୍ୟୁନିଟିର ବୋଲି ଦାବି କରିବା ସହ ଗାଁ’ର କିଛି ଯୁବକଙ୍କୁ ଧରି ଫଟୋ ପୋଡିଥିଲେ। ଏହାସହ ଦେବାଦେବୀଙ୍କ ଫଟୋ ପୋଡିବା ବେଳେ ଆମ୍ବେଦକରଙ୍କ ଫଟୋକୁ ମଧ୍ୟ ପୂଜା କରୁଥିଲେ। ଏହି ସମୟରେ ଏହାର ଫଟୋ ଉଠାଇବା ସହ ଭଇରାଲ କରୁଥିଲେ। ଏଭଳି ଉଦ୍ୟମ ସାମ୍ପ୍ରଦାୟିକ ସଦ୍ଭାବନା ନଷ୍ଟ କରୁଥିବା ଅଭିଯୋଗରେ ରାୟଗଡ଼ା ପୁଲିସ ଯୁବକ ଜଣକୁ ଗିରଫ କରିଛି। ଏହାବ୍ୟତୀତ ଏହି ଫଟୋଗୁଡିକୁ ଅଧିକ ଭାଇରାଲ ନ କରିବାକୁ ଯୁବକକୁ ତାଗିଦ୍ କରାଯାଇଥିବା ନେଇ ରାୟଗଡ଼ା ଏସ୍ପି ଏକ ପ୍ରେସ୍ମିଟ୍ ଜରିଆରେ ସୂଚନା ଦେଇଛନ୍ତି।
ଦେବାଦେବୀଙ୍କ ଫଟୋ ପୋଡିବା ସହ ଏହାର ଭାଇରାଲ ଘଟଣାରେ ଜଣେ ଯୁବକ ଗିରଫ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Ivan Walker on ଅାସନ୍ତାକାଲି ବିଜେପି ଛାଡ଼ିବେ ଦିଲୀପ ରାୟ ଓ ବିଜୟ ମହାପାତ୍ର !
- Gregorypaurb on ବଡଦିଅଁ ଅପେକ୍ଷାରେ ବଡଦାଣ୍ଡ
- Rebecca Bowen on ଅାସନ୍ତାକାଲି ବିଜେପି ଛାଡ଼ିବେ ଦିଲୀପ ରାୟ ଓ ବିଜୟ ମହାପାତ୍ର !
- Horaciopes on ରାମ ମନ୍ଦିର ମାମଲା : ଅଯୋଧ୍ୟ୍ୟାରେ ଉଦ୍ଧବ ଠାକରେ
- Charlessak on ପ୍ରେମ ବିବାହକୁ ନେଇ ଗାଁରେ ବସିଲା କଙ୍ଗାରୁକୋର୍ଟ: ଶଳା ବାହାଘର ଭିଣାଇକୁ ଦଣ୍ଡ !
