ଜନସମ୍ପର୍କ ପଦଯାତ୍ରାରେ ନବୀନଙ୍କ ଘୋଷଣା: ସମାଜସେବା ଓ୍ବିଙ୍ଗ୍‌ ଆରମ୍ଭ କରିବ ବିଜେଡିି

Odisha Hot News
1 Min Read

ଭୁବନେଶ୍ୱର : ବିଜୁ ଜନତା ଦଳରେ ସୋସିଆଲ ସର୍ଭିସ ବା ସମାଜସେବା ଓ୍ବିଙ୍ଗ ଆରମ୍ଭ କରିବ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଘୋଷଣା କରିଛନ୍ତି। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ବିଜେଡି ପକ୍ଷରୁ ଆରମ୍ଭ କରାଯାଇଥିବା ଜନସମ୍ପର୍କ ପଦଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତି ବର୍ଷ ଗାନ୍ଧୀ ଜୟନ୍ତୀରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଆସୁଛି। ଓଡ଼ିଶାବାସୀଙ୍କ ଆଶୀର୍ବାଦ ଯୋଗୁ ବିଜେଡି ସରକାର ପୁଣି ଥରେ ଲୋକଙ୍କୁ ସେବା କରିବାର ସୁଯୋଗ ପାଇଛି। ଆମର ଏହି ପଦଯାତ୍ରା ଲୋକଙ୍କୁ ଭେଟିବା ପାଇଁ ଏକ ସୁଯୋଗ। ସେହିପରି କିଛି ବର୍ଷ ତଳେ ଆରମ୍ଭ ହୋିଥିବା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଏକ ବଡ଼ ପରିବର୍ତ୍ତନ ଆଣିଦେଇଛି। ଏପର୍ଯ୍ୟନ୍ତ ୩ ଲକ୍ଷ ୟୁନିଟ୍‌ ରକ୍ତ ଲୋକଙ୍କ ଜୀବନ ରକ୍ଷା କରିଛି। ଏହି ଆନ୍ଦୋଳନରେ ୧୦ଲକ୍ଷ ଲୋକ ସାମିଲ ହୋଇଛନ୍ତି। ଏବେ ଗାନ୍ଧୀଙ୍କୁ ସମ୍ମାନ ଜଣାଇ ବିଜେଡି ଏକ ଓ୍ବିଙ୍ଗ ଆରମ୍ଭ କରିବ। ଏହା ବୃକ୍ଷରୋପଣ, ପରିବେଶ, ରକ୍ତ ସଂଗ୍ରହ ଏବଂ ସ୍ବାସ୍ଥ୍ୟଗତ ସହାୟତା ଆଦି ଦିଗରେ କାମ କରିବ। ଏଥିସହ ଓଡ଼ିଶାକୁ ସବୁଜ, ସୁନ୍ଦର ରଖିବା ଦିଗରେ କାମ କରିବା ପ୍ରମୁଖ ଲକ୍ଷ୍ୟ ରହିବ ବୋଲି ସେ କହିଛନ୍ତି। ଅପରପକ୍ଷେ ସେ ଦଳୀୟ ନେତାଙ୍କୁ ଲୋକଙ୍କ ସମସ୍ୟା ବୁଝିବାକୁ କହିଛନ୍ତି। ଏଥିସହ ସରକାରଙ୍କ ଭଲ କାମ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଦଳୀୟ ନେତାଙ୍କୁ ଆହ୍ବାନ ଦେଇଛନ୍ତି।

Share This Article
Leave a Comment