ନୂଆଦିଲ୍ଲୀ: ସମଗ୍ର ଦେଶରେ ସେପ୍ଟେମ୍ବର ପହିଲାରୁ ନୂଆ ମୋଟରଯାନ ନିୟମ ଆରମ୍ଭ ହୋଇଛି। ପ୍ରତିଦିନ ଲୋକଙ୍କ ଚାଲାଣ କଟାଯାଉଥିବା ବେଳେ କିଏ ୨୦ ହଜାର ତ କିଏ ୨ଲକ୍ଷ ଟଙ୍କା ଜରିମାନା ଦେଉଥିବା ଦେଖିବାକୁ ମିଳିଛି। ଆଉ କିଏ କିଏ ଚାଲାଣ କଟିବା ଡରରେ ପୋଲିସଙ୍କ ସହ ଯୁକ୍ତିତର୍କ କରୁଥିବାର ଦୃଶ୍ୟ ମଧ୍ୟ ନଜରକୁ ଆସିଛି। ଏପରି ସ୍ଥିତିରେ ଦିଲ୍ଲୀରୁ ଏକ ଅଜବ ମାମଲା ଦେଖିବାକୁ ମିଳିଛି। ଜଣେ ଯୁବତୀ ପୋଲିସ ସହ ମୁହାଁମୁହିଁ ହେବା ପରେ ଆତ୍ମହତ୍ୟାର ଧମକ ଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଶନିବାର ସକାଳେ ଦିଲ୍ଲୀର କଶ୍ମୀରୀ ଗେଟ୍ ନିକଟରେ ଜଣେ ସ୍କୁଟି ଚାଳିକା ଫୋନରେ କଥା ହେବା ସହ ଗାଡିର ନମ୍ବର ପ୍ଲେଟ ଭାଙ୍ଗିଯାଇଥିବାରୁ ଟ୍ରାଫିକ ପୋଲିସ ତାଙ୍କୁ ଅଟକାଇଥିଲେ। ହେଲେ ଯୁବତୀ ଜଣକ ଚାଲାଣ କଟିବା ଡରରେ ପୋଲିସ ସହ ଯୁକ୍ତିତର୍କ କରିଥିଲେ। ଆଉ ଯଦି ତାଙ୍କୁ ଛଡା ନ ଯାଏ ତେବେ ସେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ। ଏହାପରେ ଯୁବତୀ ଜଣକ କାନ୍ଦିବା ସହ ନିଜ ହେଲମେଟକୁ ତଳେ ଫୋପାଡି ଦେଇଥିଲେ। ପ୍ରାୟ ୨୦ ମିନିଟ୍ ଧରି ଏଭଳି ଡ୍ରାମା ଚାଲିବା ପରେ ପୋଲିସ ତାଙ୍କୁ ଛାଡ଼ିଦେଇଥିଲା।
ରାଜଧାନୀରେ ହାଇଭୋଲଟେଜ୍ ଡ୍ରାମା: ଚାଲାଣ କଟିବା ଡରରେ ଆତ୍ମହତ୍ୟା ଧମକ ଦେଲେ ଯୁବତୀ
Leave a Comment
Leave a Comment
- Advertisement -
Stay Connected
Comment
- ScottHic on ଅଦିନିଆ ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ !
- Carri on ଭାଇର ଅଭିଯୋଗ; ଯୌତୁକ ପ୍ରଥା ମୋ ଭଉଣୀକୁ ମାରିଦେଲା !
- BrentHow on ପୁଣି ଖାକି ରେ କଳଙ୍କ,ପ୍ରେମିକ ସହ ମିଶି ନାବାଳିକା ସହ ଦୁଷ୍କର୍ମ କଲେ ପୋଲିସ ଏ ଏସ ଆଇ ।
- Keithtoulp on ଯୁଦ୍ଧ ବିମାନ ଜାଗୁଆରରେ ଲାଗିଲା ନିଆଁ !
- PrinceMup on କଂଗ୍ରେସ ପ୍ରାର୍ଥୀ ତାଲିକାକୁ ନେଇ ଚର୍ଚ୍ଚା : ଦିଲ୍ଲୀ ଗଲା ପିଇସିରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା
