ମୁମ୍ବାଇ, ୨୬/୧୧ : ୨୦୦୮ ମୁମ୍ବାଇଠାରେ ହୋଇଥିବା ଆତଙ୍କବାଦ ଆକ୍ରମଣର ଷଡଯନ୍ତ୍ରକାରୀ ଏବଂ ସେମାନଙ୍କୁ ସହାୟତା କରିଥିବା ଯେକୌଣସି ବ୍ୟକ୍ତି ସମ୍ବନ୍ଧରେ ସୁଚନା ଦେବା ବ୍ୟକ୍ତିଙ୍କୁ ୫୦ ଲକ୍ଷ ଡଲାର (ଭାରତୀୟ ମୁଦ୍ରାରେ ୩୫ କୋଟିରୁ ଉଦ୍ଧ୍ୱର୍) ଟଙ୍କାର ପୁରଷ୍କାର ରାଶି ଘୋଷଣା କଲା ଆମେରିକା । ମୁମ୍ବାଇ ଆକ୍ରମଣର ୧୦ ବର୍ଷ ପୁର୍ତ୍ତୀ ଅବସରରେ ଟ୍ରମ୍ପ ପ୍ରଶାସନ ତରଫରୁ ଏହି ପୁରଷ୍କାର ରାଶି ଘୋଷଣା କରାଯାଇଛି । ୨୬ ନଭେମ୍ବର ୨୦୦୮ରେ ଲଶPର-ଏ-ତୟବାର ୧୦ ଜଣ ଆତଙ୍କବାଦୀ ଭରତର ଆର୍ଥିକ ରାଜଧାନୀ ମୁମ୍ବାଇରେ ଏହି ଆକ୍ରମଣର କରିଥିଲେ । ଏଥିରେ ୬ ଜଣ ଆମେରିକୀୟଙ୍କ ସମେତ ୧୬୬ ଜଣ ପ୍ରାଣ ହରାଇଥିଲେ । ଆମେରିକାର ରିୱାର୍ଡ ଫର ଯଷ୍ଟିସ ଡିପାର୍ଟମେଣ୍ଟ (ଆରଏଫଜେ) ସୋମବାର ଏହି ପୁରଷ୍କାର ରାଶି ଘୋଷଣା କରି କହିଛି କି, ୨୦୦୮ ମୁମ୍ବାଇ ଆକ୍ରମଣରେ ଯେଉଁମାନେ ଦାୟୀ, ସେମାନଙ୍କର ଚିହ୍ନଟ କରି ତାଙ୍କର ବିଚାର କରିବା ପାଇଁ ଆମେରିକା ତା’ର ଆନ୍ତର୍ଜାତିକ ସହେଯାଗୀଙ୍କ ସହ ମିଶି କାମ କରିବାକୁ ପ୍ରତିବଦ୍ଧ ଅଛି ।
ଆଜିର ଘୋଷଣା ମୁମ୍ବାଇ ଆକ୍ରମଣରେ ଜଡିତ ବ୍ୟଙ୍କିଙ୍କ ସୁଚନା ମାଗିବା ପାଇଁ ଆରଏଫଜେର ତୃତୀୟ ଘୋଷଣା ।
୨୦୧୨ ମସିହାରେ ବିଦେଶମନ୍ତ୍ରାଳୟ ତରଫରୁ ଲସ୍କର-ଏ-ତୈବର ସଂସ୍ଥାପକ ହାଫିଜ ସଇଦ ଏବଂ ଲସ୍କରର ଆଉ ଜଣେ ବରିଷ୍ଠ ନେତା ହାଫିଜ ଅବଦୁଲା ରେହମାନଙ୍କ ସମ୍ବନ୍ଧରେ ସୁଚନା ଦେବା ବ୍ୟକ୍ତିଙ୍କୁ ପୁରଷ୍କାର ରାଶି ଷୋଷଣା କରାଯାଇଥିଲା ।
ଆରଏଫଜେ କହିଛିକି, ମୁମ୍ବାଇ ଆକ୍ରମଣ ସମ୍ବନ୍ଧରେ ଯେକୌଣସି ସୁଚନା ଏହି େୱବ ସାଇଟ ଜରିଆରେ ଦେଇପାରିବେ[email protected] କିମ୍ବା ଏହି ନମ୍ବରରେ ଫନ କରି ଯୋଗାଯୋଗ କରି ପାରିବେ- ୮୦୦-୮୭୭-୩୯୨୭ ।
୨୬/୧୧ ଆକ୍ରମଣ ସୂଚନାଦାତାଙ୍କୁ ଆମେରିକା ଦେବ ୩୫ କୋଟି
1 Comment
1 Comment

you aree realy a excellent webmaster. Thee sjte loadingg veloccity iss incredible.
It kind oof fels that you’re dong anyy distinctve trick.
In addition, Thee coontents aare masterpiece. you’ve performed a wonderful task oon thios matter!
xnxx