‘ମୋ ସ୍କୁଲ’ ଭଳି ଏବେ ‘ମୋ କଲେଜ’ ଖୁବଶୀଘ୍ର : ମନ୍ତ୍ରୀ

Odisha Hot News
1 Min Read

ଭୁବନେଶ୍ବର: ବିଟ୍ରିସ ସରକାର ସମୟରେ ଭାରତର ଦଶଟି ବିଶ୍ବବିଦ୍ୟାଳୟ ମଧ୍ୟରେ ଉତ୍କଳ ବିଶ୍ବବିଦ୍ୟାଳୟ ଥିଲା। ଏବେ ଏମିତି େଯ ଶ୍ରେଷ୍ଠ ୧୦୦ ମଧ୍ୟରେ ଉତ୍କଳ ବିଶ୍ବବିଦ୍ୟାଳୟ ତ ନାହିଁ, ରାଜ୍ୟର କୌଣସି ବିଶ୍ବବିଦ୍ୟାଳୟ ମଧ୍ୟ ନାହାନ୍ତି। ଏହା ହିଁ ସୂଚାଉଛି ରାଜ୍ୟରେ ଉଚ୍ଚଶିକ୍ଷା ବ୍ୟବସ୍ଥା କିପରି ଚାଲିଛି। ବଲାଙ୍ଗୀର ଜିଲ୍ଲାରେ ଏମିତି େଗାଟିଏ ଯୁକ୍ତ ଦୁଇ ମହିଳା ବିଜ୍ଞାନ କଲେଜ ରହିଛି, େଯଉଁଠି ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ, ଉଦ୍ଭିଦ ବିଜ୍ଞାନ ଆଦି ବିଷୟରେ ଜଣେ ହେଲେ ବି ଅଧ୍ୟାପକ ନାହାନ୍ତି। ଏହି େଗାଟିଏ ମହାବିଦ୍ୟାଳୟକୁ ବିଚାରକୁ ନେଲେ ବୁଝାପଡ଼ିଯାଉଛି େଯ କେମିତି ଚାଲିଛି ଉଚ୍ଚଶିକ୍ଷା ବିଭାଗ।

ଆଜି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ଏମିତି େଦାଷ ତ୍ରୁଟି କାଢ଼ି ଉଚ୍ଚଶିକ୍ଷା ବିଭାଗ ବିେରାଧରେ ବିେଷାଦଗାର କରିଥିଲେ। ଆେଲାଚନା େଶଷରେ ମନ୍ତ୍ରୀ ଅରୁଣ କୁମାର ସାହୁ େଘାଷଣା କରିଥିଲେ େଯ ପୁରାତନ ଛାତ୍ରଛାତ୍ରୀଙ୍କ ସହାୟତାରେ ରାଜ୍ୟ ସରକାର େଯଭଳି ବିଦ୍ୟାଳୟ ଭିତ୍ତିଭୂମି ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ‘େମା ସ୍କୁଲ’ କାର୍ଯ୍ୟକ୍ରମ କରିଛନ୍ତି, ଠିକ୍ ସେହି ଢାଞ୍ଚା ମହାବିଦ୍ୟାଳୟ ପାଇଁ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା, ‘େମା ସ୍କୁଲ’ ଭଳି ଖୁବଶୀଘ୍ର ‘େମା କଲେଜ’ କାର୍ଯ୍ୟକ୍ରମ ଆରମ୍ଭ େହବ। ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗରେ ମହାବିଦ୍ୟାଳୟର ଉନ୍ନତି ପାଇଁ ପଦକ୍ଷେପ ନିଆଯିବ। କେବଳ ସେତିକି ନୁହେଁ, ଏକଥା ବି କହିଥିଲେ େଯ ଅଧିକ ୬ଟି ଜିଲ୍ଲାରେ ସରକାରୀ ମଡେଲ ଡିଗ୍ରି କଲେଜ େଖାଲାଯିବ। ଖୁବ୍ ଶୀଘ୍ର ୫୨ଟି ସରକାରୀ କଲେଜରେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ଦଆଯିବ। ଖାଲିଥିବା ୪୨୬ ଅଧ୍ୟକ୍ଷ ପଦ ବି ପୂରଣ େହବ। କିନ୍ତୁ କୌଣସି ବି ପରିସ୍ଥିତିରେ ସଚିବାଳୟ ବା ନିେର୍ଦଶାଳୟରେ ଅଧ୍ୟାପକ ପଇଁତରା ମାରିବେନି। ୭ ଘଣ୍ଟା କଲେଜରେ ରହିବେ ଓ ୪୦ ଘଣ୍ଟା ନିଶ୍ଚୟ ପଢ଼ାଇବେ।

Share This Article
Leave a Comment