ପାଟକୁରାରେ ବାଜିଲା ଶଙ୍ଖ : ନବୀନଙ୍କ ଆଗରେ ହାର ମାନିଲା ବିଜୟଙ୍କ ସ୍ୱାଭିମାନ

Odisha Hot News
1 Min Read

କେନ୍ଦ୍ରାପଡ଼ା : ପାଟକୁରା ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲ୍ ବିଜୟୀ ହୋଇଛନ୍ତି। ସେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ  ପରାଜିତ କରିଛନ୍ତି। ସମସ୍ତ ୧୮ ରାଉଣ୍ଡ ଗଣତି ସୁଦ୍ଧା ସାବିତ୍ରୀ ଅଗ୍ରଓ୍ୱାଲ୍ ୧୭,୬୫୫ରେ ଆଗୁଆ ରହିଛନ୍ତି। ବର୍ତମାନ ନିର୍ବାଚନ କମିସନଙ୍କ ଔପଚାରିକ ଘେଷଣା ବାକି ରହିଛି। ୧୮ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲ୍ ୯୫,୧୬୨ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୭୭, ୫୦୭ ଭୋଟ୍ ମିଳିଛି।

ବିଜେଡିର ବିଜୟ ସହ ପୁଣିଥରେ ପାଟକୁରାରେ ଦେଖିବାକୁ ମିଳିଛି ନବୀନଙ୍କ ଯାଦୁ । ପାଟକୁରାରେ ପୁଣି ବିଜେଡି ବଜାଇଛି ବିଜୟ ବିଗୁଲ୍ । ୧୮ ରାଉଣ୍ଡରୁ ଗଣତି ଶେଷ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ୧୭,୬୫୫ ଭୋଟରେ ଆଗରେ ରହିଛନ୍ତି । ଆଉ ଏହାସହ ବିଜେପିର ବରିଷ୍ଠ ନେତା ବିଜୟଙ୍କର ବିଧାନସଭା ଫେରିବା ସ୍ୱପ୍ନ ଏକପ୍ରକାର ଧୂଳିସାତ୍ ହୋଇଛି ।

ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ପାଟକୁରା ବିଜୟ ପାଇଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ସହ ଜିତିବାର ଶ୍ରେୟ ପାଟକୁରାବାସୀଙ୍କୁ ଦେଇଛନ୍ତି । ଏଥିସହିତ ସାବିତ୍ରୀ କହିଛନ୍ତି କି, ଦଳର ସୁପ୍ରିମୋ ମୋ ଉପରେ ଯେଉଁ ଆସ୍ଥା ଆଉ ଭରସା ରଖି ଟିକେଟ୍ ଦେଇଥିଲେ ସେହି ଭରସା ଆଉ ବିଶ୍ୱାସକୁ ମୁଁ ଅତୁଟ ରଖିବାକୁ ଚେଷ୍ଟା କରିଛି ।  ପାଟକୁରାରେ ନିଶ୍ଚୟ ଜିତିବି ବୋଲି ମୋର ପୂରା ଭରସା ଥିଲା । ପାଟକୁରାରେ କୌଣସି ସ୍ୱାଭିମାନ କି ସମ୍ମାନର ଜିତ୍ ହୋଇନି ବରଂ ଏଠି କର୍ମର ବିଜୟ ହୋଇଛି । ଯାହାକୁ ମୁଁ ଦୀର୍ଘ ୧୦ ବର୍ଷ ହେଲା ପାଟକୁରା ପାଇଁ କରିଆସିଥିଲି । ଲୋକେ ଚାହାଁନ୍ତି ତାଙ୍କର ଯିଏ ନେତା ହେବେ ସେ ତାଙ୍କ ସୁଖ ଦୁଃଖରେ ଠିଆ ହେବେ ।

Share This Article
Leave a Comment