ପିସିସି ସଭାପତି ଓ ତାଙ୍କ କର୍ମୀଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କଲା ବିଜେଡି

Odisha Hot News
1 Min Read
????????????????????????????????????

ଭୁବନେଶ୍ବର : କେନ୍ଦୁଝରର ଘସିପୁରାରେ ରବିବାର ରାଜନୈତିକ ହିଂସାକାଣ୍ଡ ଘଟଣାରେ କଂଗ୍ରେସ ନେତା ରମେଶ ଜେନାଙ୍କୁ ଦାୟୀ କରିଛି ବିଜୁ ଜନତା ଦଳ। ଶ୍ରୀ ଜେନାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଛି। ଦଳ ଦର୍ଶାଇଛି, ରବିବାର ପ୍ରଚାର ସରିବା ପରେ କଂଗ୍ରେସ ନେତା ଶ୍ରୀ ଜେନା ଓ ତାଙ୍କର ଗୁଣ୍ଡାବାହିନୀ ୩୦ରୁ ୪୦ଟି ଗାଡ଼ିରେ କେନ୍ଦୁଝର ଜିଲ୍ଲା ଘଷିପୁରାର ରାମଚନ୍ଦ୍ରପୁର ଗାଁରେ ପ୍ରଚାର ଚଳାଇଥିଲେ। ଏହି ପ୍ରଚାରବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ସାମିଲ ଥିଲେ। ନିରବ ଅବଧି ସମୟରେ ପ୍ରଚାର କାର୍ଯ୍ୟ ନିଷେଦ୍ଧ ହୋଇଥିବାବେଳେ ବିଜେଡି ପ୍ରାର୍ଥୀ ବଦ୍ରୀ ନାରାୟଣ ପାତ୍ରଙ୍କ ଗାଁ ଆଡ଼କୁ କଂଗ୍ରେସ ନେତା ଶ୍ରୀ ଜେନାଙ୍କ ଗୁଣ୍ଡାବାହିନୀ ରାଜନୈତିକ ହିଂସା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଯାଇଥିଲେ। ଶ୍ରୀ ପାତ୍ରଙ୍କ ସମର୍ଥକମାନେ କଂଗ୍ରେସ କର୍ମୀଙ୍କୁ ରୋକିବାରୁ କଂଗ୍ରେସ କର୍ମୀମାନେ ବିଜେଡି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ।

ବିଜେଡି ଆହୁରି ଦର୍ଶାଇଛି, କଂଗ୍ରେସ ନେତା ରମେଶ ଜେନା ଜଣେ ଅପରାଧୀ ରେକର୍ଡ଼ ଥିବା ବ୍ୟକ୍ତି ଯାହାଙ୍କ ନାଁରେ ଏବେ ବି ୫୦ଟି ମାମଲା ରହିଛି। ଏପରି ଅସାମାଜିକ ବ୍ୟକ୍ତି ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର  ନହେଲେ କେନ୍ଦୁଝରରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ବାଧାପ୍ରାପ୍ତ ହେବ ବୋଲି ବିଜେଡି ଅଭିଯୋଗ ପତ୍ରରେ ଜଣାଇଛି।

Share This Article
16 Comments