କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ବୁଧବାର ଦିନ ଓ୍ବାୟନଡ଼ ସଂସଦୀୟ କ୍ଷେତ୍ରରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ କହିଛନ୍ତି ଯେ, ଆମେ ମିଛ ପ୍ରତିଶ୍ରୁତି ଦେଉନାହୁଁ, କିନ୍ତୁ ସମସ୍ୟାର ସମାଧାନ ପାଇଁ ପ୍ରସ୍ତୁତ ଅଛୁ। ଏହି ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରି କହିଛନ୍ତି ଯେ, ମୁଁ ଏଠାରେ ‘ମନ୍ କୀ ବାତ୍’ କହିବା ପାଇଁ ଆସିନାହିଁ, କିନ୍ତୁ ଏଠାରେ ଯେଉଁ ସମସ୍ୟା ଅଛି, ଯେପରିକି ରାତ୍ରି ଯାତ୍ରା ଉପରେ ପ୍ରତିବନ୍ଧ, ମାନବ – ପଶୁ ସଂର୍ଘଷ ଓ ଚିକିତ୍ସା ସୁବିଧାର ଅଭାବ ଆଦିକୁ ସମାଧାନ କରିବାକୁ ଆସିଛି।’ ରାହୁଲ୍ ଗାନ୍ଧି ଏଠାରେ ଉପସ୍ଥିତ ହଜାର ହଜାର ଜନତାଙ୍କୁ ଦେଖି କହିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀଙ୍କ ପରି ନୁହଁନ୍ତି… ସେ ଏଠାକୁ କିଛି କହିବା ପାଇଁ ଆସିନାହାନ୍ତି ଯେ, ଆପଣଙ୍କୁ ଦୁଇ କୋଟିର ଚାକିରି ଦିଆଯିବ, ଆପଣଙ୍କ ଖାତାକୁ ୧୫ ଲକ୍ଷଟଙ୍କା ଆସିବ। ସେ କୃଷକଙ୍କୁ ଯାହା ଦରକାର, ସେଇଟା ହିଁ କରିବେ, ସେ ମିଛ କହୁନାହାନ୍ତି, କାରଣ ସେ ଆପଣଙ୍କ ବୁଦ୍ଧିକୁ ସମ୍ମାନ କରନ୍ତି।’ ସେ କିଛି ମାସର ସମ୍ପର୍କ ଚାହାଁନ୍ତି ନାହିଁ, ବରଂ ପୂରା ଜୀବନ ପାଇଁ ସାଥ୍ ଚାହାନ୍ତି। ସେ ଓ୍ବାୟନାଡ଼ର ପ୍ରତ୍ୟେକ ଭାଇ ଭଉଣୀଙ୍କର ଭାଇ ଓ ମାତା ପିତାଙ୍କର ପୁଅ ପରି ରହିବାକୁ ଚାହାଁନ୍ତି ବୋଲି ରାହୁଲ୍ କହିଛନ୍ତି। ସେ ଏହି ସ୍ଥାନରୁ ପ୍ରତିନିଧିତ୍ବ କରୁଛନ୍ତି, କାରଣ ଏହା ଏକ ସୁବୁଠୁ ସୁନ୍ଦର ସ୍ଥାନ। ଏଠାରେ ଭିନ୍ନ ଭିନ୍ନ ବିଚାର, ଭିନ୍ନ ସଂସ୍କୃତିର ପ୍ରତୀକ ଅଛି। କେରଳ ଓ ଓ୍ବାୟନାଡରୁ ବହୁତ କିଛି ଶିଖିବାକୁ ରହିଛି ବୋଲି ରାହୁଲ୍ କହିଛନ୍ତି।
ସମସ୍ୟାର ସମାଧାନ କରିବା ପାଇଁ ପ୍ରସ୍ତୁତ , ମିଛ ପ୍ରତିଶ୍ରୁତି ନୁହେଁ,: ରାହୁଲ୍ ଗାନ୍ଧି
- Advertisement -

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.