ଭୁବନେଶ୍ବର : ଉପକୂଳରୁ ଆଭ୍ୟନ୍ତରୀଣ ହେଉ ଅଥବା ଉତ୍ତରରୁ ଦକ୍ଷିଣ ଓଡ଼ିଶା; ସବୁଠି ପ୍ରବଳ ଗରମ ଅନୁଭୂତ ହେଉଛି। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗରମ ଲାଗି ରହିଥିଲେ ମଧ୍ୟ ୧୬ ତାରିଖ ପର୍ଯ୍ୟନ୍ତ ଅର୍ଧାଧିକ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ଆଶଙ୍କା ରହିଛି। ଗତକାଲି ଏଠାରେ ତାପମାତ୍ରା ୪୧.୫ ଡିଗ୍ରି ରହିଥିବା ବେଳେ ଆଜି ୪୨.୨ ଡିଗ୍ରିରେ ପହଞ୍ଚିଛି। ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ଆଜି ଏଠାରେ ରେକର୍ଡ ହୋଇଛି। ପ୍ରବଳ ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। କେବଳ ବଲାଙ୍ଗୀର ନୁହେଁ, ତାଳଚେର ତାପମାତ୍ରା ବି ଅନୁରୂପ ଭାବେ ବଢ଼ିଛି। ଗତକାଲି ୪୧.୮ ଡିଗ୍ରି ରହିଥିଲା। ଆଜି ତାହା ୪୨.୧ ଡିଗ୍ରିରେ ପହଞ୍ଚିଛି। ଅନୁରୂପ ଭାବେ ଅନୁଗୁଳ ତାପମାତ୍ରା ବି ୪୨.୧ ଡିଗ୍ରିରେ ପହଞ୍ଚିଛି। ରାଜ୍ୟର ୯ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରକୁ ଚାଲି ଯାଇଥିବା ବେଳେ ପାରାଦୀପ, ଗୋପାଳପୁର ଓ ପୁରୀ ବ୍ୟତୀତ ଅନ୍ୟ ସମସ୍ତ ସହରର ତାପମାତ୍ରା ୩୫ ଡିଗ୍ରି ଉପରକୁ ଚାଲି ଯାଇଛି। ବିଶେଷକରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଗଜପତି, ଗଞ୍ଜାମ, ରାୟଗଡ଼ା, କନ୍ଧମାଳ, ବରଗଡ଼, ନୂଆପଡ଼ା, ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୂରଭଞ୍ଜ, ବାଲେଶ୍ବର, କଟକ, ଖୋର୍ଧା, ଢେଙ୍କାନାଳ, ନୟାଗଡ଼ ଓ ଅନୁଗୁଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବଜ୍ରପାତର ଆଶଙ୍କା ରହିଛି। କେଉଁ ଅଞ୍ଚଳରେ କେତେବେଳେ କାଳବୈଶାଖୀ ହେବ, ତାହାର ସୂଚନା ଦୁଇ ଘଣ୍ଟା ପୂର୍ବରୁ ଲୋକଙ୍କୁ ସତର୍କ କରାଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗତ ୨୪ଘଣ୍ଟା ମଧ୍ୟରେ କଟକରେ ସର୍ବାଧିକ ୧୮.୪ ମିମି ବର୍ଷା ହୋଇଥିବା ବେଳେ ମାଲକାନଗିରିରେ ୮, ଭୁବନେଶ୍ବରରେ ୪.୬, ଚାନ୍ଦବାଲି, ପାରାଦୀପ, ଝାରସୁଗୁଡ଼ା, ଟିଟିଲାଗଡ଼ରେ ବଜ୍ରପାତ ସହ ହାଲକା ବର୍ଷା ହୋଇଛି।
୪୦ ଡିଗ୍ରି ଉପରେ ୯ ସହର
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- antibiotics online on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
- buy antibiotics on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
- dutasteride topical on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- tetracycline 500mg capsules on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- diflucan for yeast uti on ଦୁର୍ବୃତ୍ତ ଦୁଇ ମନ୍ଦିରରେ ବୁଲାଇଲେ କଳାକନା
