ବିଜୁ ଜନତା ଦଳର ନିର୍ବାଚନୀ ଇସ୍ତାହାର ଉନ୍ମୋଚିତ

Odisha Hot News
1 Min Read

ଭୁବନେଶ୍ୱର: ବିଜୁ ଜନତା ଦଳର ନିର୍ବାଚନୀ ଇସ୍ତାହାର  ଉନ୍ମୋଚିତ ହୋଇଯାଇଛି। ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ନବୀନ କହିଛନ୍ତି, ଆମେ ରାଜ୍ୟବାସୀଙ୍କୁ ଯାହା ପ୍ରତିଶ୍ରୁତି ଦେଇ ଆସିଛୁ, ଠିକ ସମୟରେ ତାହା କରି ଆସିଛୁ କିନ୍ତୁ ଅନ୍ୟ ଦଳମାନେ ତାହା ପୂରଣ କରନ୍ତି ନାହିଁ। ନିର୍ବାଚନୀ ଇସ୍ତାହାର ଘୋଷଣା ବେଳେ ନବୀନ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଛନ୍ତି। ନବୀନ କହିଛନ୍ତି, ବିଜେପି ନିର୍ବାଚନୀ ଇସ୍ତାହାରରେ ଯାହା ଘୋଷଣା କରେ ତାହା କରି ପାରି ନଥାଏ।

ବିଜେଡ଼ି ନିଜର ନିର୍ବାଚନୀ ଇସ୍ତାହାରରେ ମହିଳା ସଶକ୍ତିକରଣ, ଯୁବ ସଶକ୍ତିକରଣ, ଚାଷୀ ସଶକ୍ତିକରଣକୁ ଅଧକ ଗୁରୁତ୍ୱ ଦେଇଛି। ଇସ୍ତାହାର ପ୍ରକାଶ କରିବା ସହ ଜନତାଙ୍କ ସାମ୍ନାରେ ରିପୋର୍ଟ କାର୍ଡ଼ ରଖିଛି ବିଜେଡ଼ି । ଭୋଟରଙ୍କୁ ପୁଣି ଥରେ ଆକୃଷ୍ଟ କରିବା ପାଇଁ ଶାସକ ଦଳ ବିଜେଡ଼ି  ଇସ୍ତାହାର ପତ୍ରରେ ଅନେକ ନୂତନ ପ୍ରତିଶ୍ରୁତି ଦେଇଛି  । ନିମ୍ନରେ ଇସ୍ତାହାରର

Share This Article
Leave a Comment