ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ରବି ନାରାୟଣ ପାଣି

Odisha Hot News
1 Min Read

ଭୁବନେଶ୍ୱର: ଆଜି ବିଜେଡିରୁ ପୁଣି ଇସ୍ତଫା ଦେଇଛନ୍ତି ଜଣେ ବରିଷ୍ଠ ନେତା। ସେ ହେଲେ ପୂର୍ବତନ ସାଂସଦ –ବିଧାୟକ ରବି ନାରାୟଣ ପାଣି । ୨୦୦୯ରୁ ୨୦୧୪ ଯାଏ ସେ ପାଲଲହଡ଼ାରୁ ବିଜେଡି ବିଧାୟକ ଥିଲେ। ସେ ବିଧାନସଭାରେ ସରକାରୀ ଦଳ ମୁଖ୍ୟ ସଚେତକ ଭାବେ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି। ପୂର୍ବରୁ ସେ ୧୯୮୯ରୁ ୯୧ ଯାଏ ଜନତା ଦଳରୁ ଦେବଗଡ଼ର ବିଧାୟକ ଥିଲେ। ସେ ନବୀନ ନିବାସ ଯାଇ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ଦଳର କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଇଥିବା କହିଲେ। ସେ ଦେବଗଡ଼ର ଲୋକସଭା ସଦସ୍ୟ ଏବଂ ପାଲ୍ଲହଡାର ବିଧାୟକ ଥିଲେ।

 

Share This Article
Leave a comment