ସୋନପୁର : ୨୮ ବର୍ଷ ତଳେ ସୋନପୁରକୁ ଆସିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର। ଏହା ପରେ ଆସନ୍ତା ୬ ତାରିଖ ଦିନ ଜିଲ୍ଲା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେଦିନ ସୁନ୍ଦରଗଡରେ ଦଳୀୟ ସଭା ସାରି ମଧ୍ୟାହ୍ନ ୧୨ଟାରେ ସୋନପୁରରେ ପହଞ୍ଚିବେ। ଜିଲ୍ଲା ସଦର ମହକୁମା ରାମେଶ୍ବର ନିକଟରେ ଥିବା ଷ୍ଟାଡିୟମରେ ବିଜୟ ସଙ୍କଳ୍ପ ସମାବେଶରେ ସେ ଉଦ୍ବୋଧନ ଦେବେ। ମୋଦୀ ଏଠାରେ ପ୍ରାୟ ୧ ଘଣ୍ଟା ରହିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତକୁ ନେଇ ଜିଲ୍ଲାବାସୀଙ୍କ ମନରେ ବେଶ୍ ଉତ୍ସୁକତା ଦେଖା ଦେଇଛି।
ସୁବର୍ଣ୍ଣପୁର ଜିଲ୍ଲା ଗଠନ ହେବାପରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ ହେବ। ପୂର୍ବରୁ ବଲାଙ୍ଗୀର ଜିଲ୍ଲା ଅଧୀନରେ ସୋନପୁର ଏକ ଉପଖଣ୍ଡ ଥିଲା। ୧୯୯୧ ମସିହା ମେ ୨୧ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର ଏଠାକୁ ଆସିଥିଲେ। ସେ ମାଣିକେଶ୍ବରୀ ପଡିଆରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। ଏହାର ୨୮ ବର୍ଷ ପରେ ଆଉ ଜଣେ ପ୍ରଧାନମନ୍ତ୍ରୀ ଜିଲ୍ଲାକୁ ଆସିବେ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ପାଇଁ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ସଭାସ୍ଥଳ ତିଆରି ସହ ଷ୍ଟାଡିୟମ ସମ୍ମୁଖ ରିଂରୋଡ୍ ପାର୍ଶ୍ବକୁ ସମତଳ କରାଯାଇ ହେଲିପ୍ୟାଡ୍ ପ୍ରସ୍ତୁତ କରାଯାଇଛି। ଟ୍ରାଫିକ ବ୍ୟବସ୍ଥା କଡ଼ାକଡ଼ି କରାଯିବ ବୋଲି କୁହାଯାଇଛି। ରୟାଲ ପଡ଼ିଆ, ଗାନ୍ଧୀ ପଡ଼ିଆ ଓ କୁଞ୍ଜ ଛକରେ ଗାଡ଼ି ପାର୍କିଂ ବ୍ୟବସ୍ଥା କରାଯାଇଛି। ବିଜେପି ପକ୍ଷରୁ ମଧ୍ୟ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଦଳୀୟ ପ୍ରସ୍ତୁତି କରାଯାଇଛି। ବଲାଙ୍ଗୀର ଲୋକସଭା ଅନ୍ତର୍ଗତ ସୋନପୁର ଏବଂ ବୀରମହାରାଜପୁର ନିର୍ବାଚନମଣ୍ଡଳୀ ଓ କନ୍ଧମାଳ ଲୋକସଭା ଅନ୍ତର୍ଗତ ବୌଦ୍ଧ ଏବଂ କଣ୍ଟାମାଳ ନିର୍ବାଚନମଣ୍ଡଳୀ ଉପରେ ଦଳ ଅଧିକ ଫୋକସ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ପୂର୍ବରୁ ଏହି ୪ଟି ଆସନରୁ ବିଜେପି କେବେ ବିଜୟୀ ହୋଇ ନାହିଁ। ତେବେ ଗତ ସାଧାରଣ ନିର୍ବାଚନରେ ସୋନପୁର ଏବଂ ବୀରମହାରାଜପୁରରେ ବିଜେପି ପ୍ରାର୍ଥୀ ଦୁଇ ନମ୍ବରରେ ରହିଥିଲେ। ମୋଦୀଙ୍କ ପ୍ରଚାରକୁ ଆୟୂଧ କରି ଦଳ ଜନମତକୁ ନିଜ ସପକ୍ଷରେ ନେବା ପାଇଁ ଚେଷ୍ଟା କରିବ।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.