ନବୀନ ନିବାସ ସମ୍ମୁଖରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

Odisha Hot News
1 Min Read
????????????????????????????????????

ଭୁବନେଶ୍ବର/ଉଦଳା : ଆଜି ମଧ୍ୟାହ୍ନ‌ରେ ନବୀନ ନିବାସ ସମ୍ମୁଖରେ ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିଛନ୍ତି। ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଉଦ୍ୟମ କଲାବେଳେ ବିମାନବନ୍ଦର ଥାନା ପୁଲିସ ତାଙ୍କୁ ଉଦ୍ଧାର କରିଛି। ଏଥିରେ ତାଙ୍କର କିଛି କ୍ଷତି ହୋଇ ନଥିବା ଜଣାପଡ଼ିଛି। ତେବେ ପୁଲିସ ତାଙ୍କୁ ପରେ ଛାଡ଼ି ଦେଇଛି। ମହିଳା ଜଣକ ମୟୂରଭଞ୍ଜ ଜିଲ୍ଲା କପ୍ତିପଦାର ଅଞ୍ଚଳର ବୋଲି ପୁଲିସ କହିଛି।

ମହିଳାଙ୍କ ଅଭିଯୋଗ ମୁତାବକ, ଉଦଳା ନିର୍ବାଚନମଣ୍ଡଳୀ ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀନାଥ ସୋରେନ୍‌ ୨୦୧୨ରେ ବିଧାୟକ ଥିବା ବେଳେ ତାଙ୍କୁ ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ବିଭିନ୍ନ ସମୟରେ ସେ ତାଙ୍କୁ ଭୁବନେଶ୍ବର ଡାକି ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲେ। ସେ ରାଜି ନ ହେବାରୁ ତାଙ୍କ ସହ ଅସଦାଚରଣ କରିଥିଲେ। ଏଣୁ ସେ ବାଧ୍ୟ ହୋଇ ଉଦଳା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ ଶ୍ରୀନାଥଙ୍କ ନାମରେ ଏକ ମାମଲା ରୁଜୁ ହେବା ସହ ତଦନ୍ତ ଚାଲିଥିଲା। ଏଥିପାଇଁ ଗତ ୨୦୧୪ ନିର୍ବାଚନରେ ଶ୍ରୀନାଥଙ୍କ ଟିକେଟ ମଧ୍ୟ କଟିଥିଲା। ଏବେ ଏହି ମାମଲା ବିଚାରାଧୀନ ଥିବା ବେଳେ ତାଙ୍କୁ ପୁଣି ଥରେ ଉଦଳା ବିଧାନସଭା ଆସନରୁ ବିଜେଡି ଟିକେଟ ମିଳିଛି। ସେ କ୍ଷମତାକୁ ଆସିଲେ ଏହି ମାମଲାର ତଦନ୍ତ ପ୍ରଭାବିତ ହେବ। ଏହାକୁ ଦୃଷ୍ଟିରେ ରଖି ତାଙ୍କ ଟିକେଟ କଟାଯାଇ ନ୍ୟାୟ ପ୍ରଦାନ କରାଯାଉ ବୋଲି ମହିଳା ଜଣକ ଦାବି କରିଥିଲେ। ଏ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗପତ୍ର ପ୍ରଦାନ କରିଥିଲେ। ହେଲେ ତାଙ୍କ ଦାବିକୁ ଗୁରୁତ୍ବ ଦିଆ ନଯାଇ ଟିକେଟ୍‌ ପ୍ରଦାନ କରାଯାଇଥିବାରୁ ସେ ଆତ୍ମାହୁତି ବାଟ ବାଛିଥିବା କହିଛନ୍ତି।

Share This Article
Leave a Comment