ଭୁବନେଶ୍ୱର,୨୯।୧୧(ବ୍ୟୁରୋ)-ହକି ବିଶ୍ୱକପ୍ ଟ୍ରଫି, ଓଡ଼ିଶାର କ୍ରୀଡ଼ା ମାସ୍କଟ୍ ‘ଓଲି’, ଭାରତୀୟ ହକି ଟିମ୍, ମାଇଁ ହାର୍ଟ ବିଟ୍ସ ଫର୍ ହକି ଏବଂ ହକି ଷ୍ଟିକ୍। ପୁରୁଷ ହକି ବିଶ୍ୱକପ୍ ୨୦୧୮ରେ ବ୍ୟବହୃତ ପ୍ରତ୍ୟେକ ବିଷୟ ଓ ଛବି ଏବେ ପୋଷ୍ଟେଜ୍ ଷ୍ଟାମ୍ପ୍ ରୂପରେ ଉପଲବ୍ଧ ହେଉଛି। ବିଶ୍ୱକପ୍ ଦେଖିବାକୁ ଆସୁଥିବା କ୍ରୀଡ଼ାପ୍ରେମୀମାନେ ନିଜର ସ୍ମୃତି ପାଇଁ ଏହି ଡାକ ଟିକଟକୁ ଚିରଦିନ ପାଇଁ ନିଜ ସହ ରଖିପାରିବେ। ଆୟୋଜନସ୍ଥଳୀ କଳିଙ୍ଗ ଷ୍ଟାଡିୟମ୍ରେ ଏହି ଷ୍ଟାମ୍ପ୍ ଉପଲବ୍ଧ ହେଉଛି। ଅନ୍ତର୍ଜାତୀୟସ୍ତରରେ ଏହି ଇଭେଣ୍ଟ୍କୁ ସଫଳ କରିବାକୁ ଏବଂ ବିଶ୍ୱବାସୀଙ୍କ ମଧ୍ୟରେ ଏ ନେଇ ସଚେତନତା ସୃଷ୍ଟି କରିବାକୁ ଭାରତୀୟ ଡାକ ବିଭାଗ ପକ୍ଷରୁ ଏଭଳି ଷ୍ଟାମ୍ପ୍ ପ୍ରସ୍ତୁତ କରାଯାଇଛି।
ବମ୍ବେ ଓ ଦିଲ୍ଲୀ ପରେ ଭୁବନେଶ୍ୱର ତୃତୀୟ ହକି ବିଶ୍ୱକପ୍ର ଆୟୋଜନ କରି ପ୍ରଶଂସା ସାଉଁଟୁଥିବା ବେଳେ ଏହି ପୋଷ୍ଟାଲ ଷ୍ଟାମ୍ପ୍ ଆଉ ଏକ ଗୌରବ ଭାବେ ଯୋଡ଼ିହୋଇଛି। ବୁଧବାର ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଡାକ ଟିକଟକୁ ଉନ୍ମୋଚନ କରିଥିବା ବେଳେ ଏହା କଳିଙ୍ଗ ଷ୍ଟାଡିୟମ୍ରେ ମିଳିବ। ବିଶ୍ୱକପ୍ ପାଇଁ ଭିନ୍ନ ଭିନ୍ନ ୫ଟି ସ୍ମାରକୀ ଡାକ ଟିକଟ ଉନ୍ମୋଚିତ ହୋଇଛି। ଏହାକୁ ଜଣେ ସିଙ୍ଗଲ୍ ଷ୍ଟାମ୍ପ୍ ଏବଂ ୫ଟି ଷ୍ଟାମ୍ପ୍ର କୋଲାଜ୍କୁ ନେଇ ପ୍ରସ୍ତୁତ ହୋଇଥିବା ମିନିଏଚର୍ ସିଟ୍ ଭାବେ କିଣିପାରିବ। ପ୍ରତ୍ୟେକ ଷ୍ଟାମ୍ପ୍ର ମୂଲ୍ୟ ରହିଛି ୫ ଟଙ୍କା। ଏହାସହ ଏହି ସ୍ମାରକୀ ଡାକ ଟିକଟରେ ଓଡ଼ିଶାର ଜୈବ ବିବିଧତା ଏବଂ ଐତିହ୍ୟସ୍ଥଳୀ ସ୍ଥାନ ପାଇଛି। ଏ ନେଇ ଚିଫ୍ ପୋଷ୍ଟମାଷ୍ଟର ଜେନେରାଲ ସନ୍ତୋଷ କୁମାର କାମିଲା କହିଛନ୍ତି, ପ୍ରସ୍ତୁତ ହୋଇଥିବା ୫ଟି ଷ୍ଟାମ୍ପ୍ରେ ଓଡ଼ିଶାର ଐତିହ୍ୟ ଓ ସଂସ୍କୃତିକୁ ସ୍ଥାନ ଦିଆଯାଇଛି। ହକି ବିଶ୍ୱକପ୍ର ଆୟୋଜନ ଓଡ଼ିଶା ଓ ଦେଶ ପାଇଁ ଗର୍ବର ବିଷୟ। ଏହାର ଆୟୋଜନ ମହାଆଡ଼ମ୍ବରରେ ହୋଇଥିବା ବେଳେ ଏହି ଟିକଟ୍ ଓଡ଼ିଶାକୁ ବିଶ୍ୱରେ ପରିଚିତ କରାଇବ।
ଓଡ଼ିଶା ହକିର ଆଶା: ଗୌରବ କପୁର
‘ଓଡ଼ିଶା ଇଜ୍ ଦି ହୋପ୍ ଅଫ୍ ହକି’। ହକି ପାଇଁ ଓଡ଼ିଶା ଏକ ଆଶା ବୋଲି କହିଥିଲେ ପ୍ରଖ୍ୟାତ କ୍ରୀଡ଼ା ଉପସ୍ଥାପକ ଗୌରବ କପୁର। ଗୌରବ ଓଡ଼ିଶା ଓ ଓଡ଼ିଆ ଭାଷାକୁ ବେଶ୍ ପ୍ରଶଂସା କରି କହିଥିଲେ, ଓଡ଼ିଶାର ଭାଷା ହେଉଛି ହକି। ଦେଶର ବହୁ ମହାନ୍ କ୍ରୀଡ଼ାବିତ୍ ଏହି ମାଟିରୁ ସୃଷ୍ଟି ହୋଇଛନ୍ତି। ଏଠାକାର ପାଣି, ପବନ ସବୁଥିରେ ରହିଛି ହକିର ବାସ୍ନା। ଓଡ଼ିଶାବାସୀଙ୍କ ରକ୍ତରେ ହକି ରହିଛି। ପ୍ରତିଥର ଏଠାରେ ଆୟୋଜିତ ହେଉଥିବା ହକି ମ୍ୟାଚ୍ ଓ ବିଶ୍ୱସ୍ତରୀୟ ଇଭେଣ୍ଟ୍ରୁ ହକି ପ୍ରତି ଲୋକଙ୍କ ଭଲପାଇବା ପ୍ରତିଫଳିତ ହେଉଛି। ହସି ହସି ସେ କହିବାକୁ ପଛାଇ ନ ଥିଲେ ଯେ, ଏଠି ଡ୍ରାଇଭର୍ମାନେ ବି ଟ୍ରାଫିକ୍ ପୋଲିସ ସହ ହକି ଖେଳନ୍ତି।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.