ନୂଆଦିଲ୍ଲୀ : ନିର୍ବାଚନ ଆଚରଣ ବିଧି ନେଇ ନିର୍ବାଚନ କମିଶନ(ଇସି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତଥା ସରକାରଙ୍କୁ ଘେରିଛନ୍ତି। ୨୪ ଘଣ୍ଟା ମଧ୍ୟରେ ଇସି ସରକାରଙ୍କୁ ୪ଟି କାରଣ ଦର୍ଶାଅ ନୋଟିସ୍ ପଠାଇଛନ୍ତି। ଦେଶବାସୀଙ୍କୁ ମିଶନ ଶକ୍ତି ନେଇ ସମ୍ବୋଧନ କରିବା ଘଟଣାରେ ବିରୋଧୀ ଦଳଗୁଡ଼ିକୁ ପକ୍ଷରୁ ସରକାର ଜାଣିଶୁଣି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ପରେ ନିର୍ବାଚନ କମିଶନ ଏକ ଟିମ୍ ଗଠନ କରି ଏହାର ଯାଞ୍ଚ୍ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କଂଗ୍ରେସ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନାରେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାରଙ୍କ ଯୋଗଦାନ ଘଟଣାରେ ନିର୍ବାଚନ କମିଶନ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଛନ୍ତି। ଏହା ଏକ ସାମ୍ବିଧାନିକ ପଦ ହୋଇଥିବାରୁ ରାଜୀବ କୌଣସି ମନ୍ତବ୍ୟ ଦେବାରୁ ବିରତ ରହିବା ଆବଶ୍ୟକ ଥିଲା ବୋଲି କୁହାଯାଉଛି। ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେ ଭି ଚୌକିଦାର ଅଭିଯାନ ନେଇ ନିର୍ବାଚନ କମିଶନ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଛନ୍ତି। ଏହି ଅଭିଯାନ ସମ୍ପର୍କିତ ତଥ୍ୟ ଭାଜପା ନିର୍ବାଚନ କମିଟି ସଦସ୍ୟ ନୀରଜ କୁମାର ନିଜ ଫେସବୁକ୍ ଆକାଉଣ୍ଟ୍ରେ ଶେୟାର କରିଛନ୍ତି। ଏହା ପୂର୍ବରୁ ନିର୍ବାଚନ କମିଶନଙ୍କ ଅନୁମତି ନିଆଯାଇ ନ ଥିବାରୁ ସରକାରଙ୍କୁ ନୋଟିସ୍ ଦିଆଯାଇଛି। ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କ ବାୟୋବିକ୍ ଏପ୍ରିଲ୍ ୫ ତାରିଖରେ ରିଲିଜ୍ ହେବ। ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରଡ୍ୟୁସରଙ୍କୁ ନୋଟିସ ପଠାଇଛନ୍ତି। ଏହାଦ୍ୱାରା ମୋଦିଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଫିଲ୍ମର ଟ୍ରେଲର ସୋସିଆଲ୍ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।
ବିଜେପି ସରକାରଙ୍କୁ ୨୪ ଘଣ୍ଟାରେ ଇସିଙ୍କର ୪ ନୋଟିସ୍
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Patricksak on ଆଜିର ରାଶିଫଳ
- MichaelMap on ଆଜିର ରାଶିଫଳ
- Melvinasson on ଆଜିର ରାଶିଫଳ
- Bennycaf on ଆଜିର ରାଶିଫଳ
- JamesZer on ଆଜିର ରାଶିଫଳ
