ଜିଲ୍ଲା ଅବକାରୀ ବିଭାଗ ଚଢଉ, ୧୬ ଗିରଫ

Odisha Hot News
2 Min Read

କଟକ : ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଗଠିତ ସ୍କ୍ୱାର୍ଡ କଟକ ସହର ସହିତ ବାଙ୍କି, ଆଠଗଡ, କଟକ ସଦର, ସାଲେପୁର ଓ ଟାଙ୍ଗି ଚୈାଦ୍ୱାର ଅଂଚଳରେ ଚଢଉ କରି ଚୋରା ଦେଶୀ, ବିଦେଶୀ ମଦ ସହିତ ଭାଙ୍ଗ ବିକୁଥିବା ଅଭିଯୋଗରେ ୧୬ ଜଣଙ୍କୁ ଗିରଫ କରିଛନ୍ତି । ଅଭିଯୁକ୍ତମାନଙ୍କଠାରୁ ପ୍ରାୟ ଲକ୍ଷାଧିକ ଟଙ୍କା ମୂଲ୍ୟର ସାମଗ୍ରୀ ଜବତ ହୋଇଥିବାର ଜଣାଯାଇଛି । ସୂଚନା ଦେଇ ଅଧୀକ୍ଷକ ଅଶୋକ କୁମାର ଶତପଥୀ କହିଛନ୍ତି ଯେ, ଜିଲ୍ଲାପାଳଙ୍କ ପରାମର୍ଶ କ୍ରମେ ଗଠିତ ସ୍କ୍ୱାଡ ପକ୍ଷରୁ ଆଗାମୀ ନିର୍ବାଚନ ଶେଷ ପର୍ଯ୍ୟନ୍ତ ଏହି ଚଢଉ ଚାଲୁ ରହିବ । ଉପଅଧୀକ୍ଷକ କ୍ରିଷ୍ଣା ନାୟକଙ୍କ ନେତୃତ୍ୱରେ ରେଂଜ -୨ ଏସଆଇ ବେଣୁଧର ସାମଲ ମେରିଆବଜାର, ବିଡାନାସୀ,
ଦାଢାପାଟଣା ଅଂଚଳରେ ଚଢଉ କରି ସି ଏଚ ରାଜୁ, ପ୍ରତାପ ସାହୁ, ରମେଶ ରାଉଳଙ୍କୁ ଗିରଫ କରି ୭.୮ ଲିଟରର ଦେଶୀ ମଦ ଓ ୫ ଲିଟର ରନ୍ଧା ମଦ ଜବତ କରିଥିବା ବେଳେ ରେଂଜ ୧ ର ଏସଆଇ ସସ୍ମିତା ହୋତା ଓଏମପି , ବାଦାମବାଡି, ଲିଙ୍କରୋଡରେ ଚଢଉ କରି ଅକ୍ଷୟ ପଟ୍ଟନାୟକ,ଛବି ସାମଲ, ଦେବ ଭୋଇ ଓ ରାମାରାଓଙ୍କୁ ଗିରଫ କରି ୫.୪୦୦ ଲିଟର ଦେଶୀ ମଦ ଓ ୮୫୦ ଗ୍ରାମ୍ ଭାଙ୍ଗ ଜବତ କରିଥିଲେ । ଅନୂରୂପ ଭାବେ ମଧ୍ୟ ଇନ୍ସପେକ୍ଟର ଅନିତା ପ୍ରଧାନ, ଲକ୍ଷ୍ମୀପ୍ରିୟା ସିଂହ ବାଲିକୁଦା, ଗୋପାଳପୁର, ପାଟପୁର ଓ କୁରାଙ୍ଗ ପ୍ରଧାନରେ ଚଢଉ କରି ହିରଣ୍ୟ ପରିଡା, ବିଦେଶି ସାମଲ, ଆଲୋକ ଭୋଇ ଓ ଭ୍ରମର ସାମଲଙ୍କୁ ଗିରଫ କରି ୧୧.୮୦୦ ଲିଟର ଆସ୍କା ଫର୍ଟି ଜବତ କରିଛନ୍ତି । ଚୈାଦ୍ୱ୍ାର ଚାର୍ଜ ଅଫିସର ସ୍ୱାତୀ ପଟ୍ଟନାୟକ ମଧ୍ୟ ଆଜି ଅପରାହ୍ନରେ ଶାଳଗାଁ, ଇନ୍ଦ୍ରାଣୀପାଟଣା ଅଂଚଳରେ ଚଢଉ କରି ସମ୍ବିତ ସ୍ୱାଇଁ, ତ୍ରୈଲୋକ୍ୟ ସାହୁ,
ବୃନ୍ଦାବନ ସାହୁଙ୍କୁ ଗିରଫ କରି ସେମାନଙ୍କଠାରୁ ୩୫ ଲିଟର ଦେଶୀ ମଦ, ୧୦ ଲିଟର ରନ୍ଧା ମଦ ଜବତ କରିଛନ୍ତି । ତେବେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି

Share This Article
Leave a Comment